Latest Odisha News

BREAKING NEWS

ଲାଠି ନେଇ ଯାଆନ୍ତୁ ତିରୁପତି: ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ, ଜାଣନ୍ତୁ କଣ ରହିଛି କାରଣ

ହାଇଦ୍ରାବାଦ: ତିରୁମାଲା ତିରୁପତି ବାଲାଜୀ ମନ୍ଦିରକୁ  ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏବେ ନିଜ ସହ ଅତିରିକ୍ତ ଜିନିଷ ନେଇ ଯିବାକୁ ପଡ଼ିବ  । ଏବଂ ତାହା ହେଉଛି ବନ୍ୟଜନ୍ତୁଙ୍କ ସହ ଲଢ଼ିବା ପାଇଁ ଏକ ଲାଠି । ଗତ ସପ୍ତାହରେ ମନ୍ଦିର ଯିବା ବାଟରେ ଏକ ୬ ବର୍ଷର ନାବାଳିକାକୁ ଚିତାବାଘ ମାରିଦେଇଥିଲା । ଏପରି ଘଟଣାକୁ ଏଡାଇବାକୁ ଯାଇ ତିରୁମାଲା ତିରୁପତି ଦେବସ୍ଥାନମ୍ ଏପରି ପଦକ୍ଷେପ ଗ୍ରହଣ କରିଛି। ଚାଲି ଚାଲି ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ୧୦୦ ଜଣିଆ ବ୍ୟାଚରେ ସିକ୍ୟୁରିଟି ଗାର୍ଡଙ୍କ ସହ ଯିବାକୁ ପଡ଼ିବ।

ବନ୍ୟଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଭକ୍ତଙ୍କୁ ଗୋଟିଏ ଲେଖାଏଁ କାଠ ବାଡ଼ି ଯୋଗାଇ ଦିଆଯିବ  । ତେବେ ଏ ନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ ଅଧ୍ୟକ୍ଷ କରୁଣାକର ରେଡ୍ଡୀ କହିଛନ୍ତି ଯେ ଯେତେ ବାଡି  ଆବଶ୍ୟକ ହେଉ ନା କାହିଁକି , ଆମେ ସମସ୍ତଙ୍କୁ ବାଡ଼ି ଯୋଗାଇଦେବୁ।

ବନ୍ୟଜନ୍ତୁଙ୍କୁ ଆକୃଷ୍ଟ ନ କରିବା ପାଇଁ ଏଣେତେଣେ ଖାଦ୍ୟ ନ ଫିଙ୍ଗିବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନଙ୍କୁ ମାଙ୍କଡ଼ମାନଙ୍କୁ ଖାଇବାକୁ ନଦେବାକୁ ମଧ୍ୟ କୁହାଯାଇଛି  । ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମନ୍ଦିରଟି ଅବସ୍ଥିତ ହୋଇଥିବାରୁ ପଥଚାରୀ ଅଞ୍ଚଳରେ ବାଡ଼ ଲଗାଇବା ପ୍ରସ୍ତାବକୁ ଅନୁମୋଦନ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଛି।

Comments are closed.