Latest Odisha News

BREAKING NEWS

ମାନସିକତା ପୂରଣ ପାଇଁ ବ୍ରହ୍ମା ବାବା ମନ୍ଦିରରେ ଘଂଟା ଦାନ କରିଥାନ୍ତି ଭକ୍ତ

କାନୁପର: ଉତରପ୍ରଦେଶର ବ୍ରହ୍ମ ବାବା ମନ୍ଦିରରେ ଭକ୍ତଙ୍କ ମାନସିକତା ପୂରଣ ପାଇଁ ନିଆରା ଦାନ ଗ୍ରହଣ କରାଯାଇଥାଏ । ସବୁଠାରୁ ବଡ କଥା ହିନ୍ଦ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମାନସିକତା ରଖିପାରିବେ । ମାନସିକତା ପୂରଣ ହେଲେ ବିଭିନ୍ନ ପ୍ରକାରର ଘଂଟା ମନ୍ଦିରକୁ ଦାନ ଆକାରରେ ଦିଆ ଯାଇଥାଏ ।

ଲୋକ କଥା ଅନୁସାରେ ଥରେ ଜଣେ ଭକ୍ତ ପ୍ରଥମ ଥର ଗାଡି ଚଳାଇବା ପୂର୍ବରୁ ଭଗବାନଙ୍କୁ ଘଂଟା ଦାନ କରିଥିଲା । ସେବେଠାରୁ ଏହି ପ୍ରଥା ରହି ଆସିଛି । ମନ୍ଦିରର ସୁରକ୍ଷା ପାଇଁ କୌଣସି ସୁରକ୍ଷା ବନ୍ଦୋବସ୍ତ ନାହିଁ । ଆଶ୍ଚର୍ଯ୍ୟଜନକ ଭାବେ ଏଠାରେ କେବେ ଚୋରି ମଧ୍ୟ ହୋଇ ନାହିଁ । ମନ୍ଦିର ଚାରିପଟେ ହଜାର ହଜାର ଘଂଟା ପଡି ରହିଥିଲେ ମଧ୍ୟ ଏହାକୁ କେହି ନିଅନ୍ତି ନାହିଁ ।

Comments are closed.