Latest Odisha News

ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ ମେଳା

ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ଏହାସହ କୁମ୍ଭ ମେଳା ମଧ୍ୟ ଆରମ୍ଭ ହୋଇଛି ହାଡଭଙ୍ଗା ଶୀତରେ ଶ୍ରଦ୍ଧାଳୁ ହରିଦ୍ବାର, ଗଙ୍ଗାସାଗର ସମେତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ ବୁଡ ଦେଇଛନ୍ତି  

ମକର ସଂକ୍ରାନ୍ତିରେ ଗଙ୍ଗା ସ୍ନାନର ଅନେକ ମହତ୍ବ ରହିଛି ପଶ୍ଚିମବଙ୍ଗ କୋଲକାତାରେ ଶ୍ରଦ୍ଧାଳୁ ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ନଦୀରେ ସ୍ନାନ ଓ ପୂଜା କରିଛନ୍ତି

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସତ୍ତ୍ବେ ଶହ ଶହ ଶ୍ରଦ୍ଧାଳୁ ହରିଦ୍ବାରରେ ଗଙ୍ଗା ସ୍ନାନ କରିଛନ୍ତି ମକର ସଂକ୍ରାନ୍ତି ଅବସରରେ ବାରଣାସୀରେ ମଧ୍ୟ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ମକର ସଂକ୍ରାନ୍ତି ପୂଜା କରିଛନ୍ତି

Comments are closed.