Latest Odisha News

BREAKING NEWS

ଖିଚିଂରୁ ପାଣି ଢାଳି ଫେରିବା ବେଳେ ଓଲଟିଲା ବୋଲବମ ଭକ୍ତଙ୍କ ଗାଡି

କେନ୍ଦୁଝର: ଅପରାହ୍ନରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ଏକ ବୋଲବମ୍ ଭକ୍ତଙ୍କ ପିକ୍ଅପ ଗାଡି ଓଲଟିବାରୁ ଦୁର୍ଘଟଣାର ଶିକାର ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ମନ୍ଦିରରୁ ପାଣି ଢାଳି ଗାଡି ନମ୍ବର ଓଆର ୦୯ ଏଲ ୪୦୨୬ରେ ୨୦ରୁ ଅଧିକ ଭକ୍ତ ଘରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ଦୁର୍ଘଟଣାରେ ୫ରୁ ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତ ଅନ୍ତର୍ଗତ ରୋଡଙ୍ଗ ଗ୍ରାମର କଳାବତୀ ନାୟକ (୪୫) ଓ ସୁଲୋଚନା ସେଠୀ (୬୨)। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଛି। କଳାବତୀଙ୍କ ମୁଣ୍ଡ ଫାଟିବା ସହିତ ଷ୍ଟିଚ ପଡ଼ିଛି ଓ ସୁଲୋଚନାଙ୍କ ମୁଣ୍ଡ ମଧ୍ୟ ଫୁଲିଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
କରମଙ୍ଗି ଗାଁ ମୁଣ୍ଡ କଟା ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ତଳ ଚାଷ ଜମିକୁ ଓଲଟି ପଡିଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳିଛି। ଖବର ପାଇ ତେଲକୋଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଥିଲା।
Leave A Reply

Your email address will not be published.