ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ ବ୍ୟାଗରେ ରଖିବା ପାଇଁ ଅନୁମତି ଦିଆଯାଇଛି। ଯାତ୍ରୀମାନଙ୍କୁ ଆଉ ଓଭରହେଡ୍ ବିନ୍ ରେ ଏହିସବୁ ଜିନିଷ ରଖିବାକୁ ଅନୁମତି ମିଳିବ ନାହିଁ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିସହିତ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।
ଉଡ଼ାଣ ସମୟରେ ଲିଥିୟମ୍ ବ୍ୟାଟେରୀ ଜନିତ ଅଗ୍ନିକାଣ୍ଡ ଘଟଣା ପରେ ଡିଜିସିଏ ଏହି ପ୍ରତିବନ୍ଧକ ଲଗାଇଛି। ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ପୂର୍ବରୁ ଲିଥିୟମ୍ ବ୍ୟାଟେରୀ ଚାଳିତ ଡିଭାଇସ୍ ନେଉଥିଲେ ଯାହାକୁ ବିମାନରେ ଚାର୍ଜ କରାଯାଇପାରିବ। ତେବେ ଏହି ବ୍ୟାଟେରୀଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ହ୍ରାସ କରିବା ପାଇଁ ଏବେ ସର୍କୁଲାର ଜାରି କରାଯାଇଛି।
ଅପରପକ୍ଷରେ ଯଦି କୌଣସି ଡିଭାଇସ୍ ଗରମ, ଧୂଆଁ କିମ୍ବା ଅସ୍ୱାଭାବିକ ଗନ୍ଧ ନିର୍ଗତ କରେ ତେବେ ଯାତ୍ରୀମାନଙ୍କୁ ତୁରନ୍ତ କ୍ୟାବିନ କ୍ରୁଙ୍କୁ ଜଣାଇବାକୁ କୁହାଯାଇଛି।
Comments are closed.