Latest Odisha News

BREAKING NEWS

ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ।

ଏହା ପୂର୍ବରୁ ଡିଜିସିଏ ପକ୍ଷରୁ ଅକ୍ଟୋବର ୩୦ ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ସୂଚନାଯୋଗ୍ୟ, କୋଭିଡ ମହାମାରୀ ଯୋଗୁଁ ଦେଶରେ ଗତ ମାର୍ଚ୍ଚ ୨୩ ତାରିଖ ଠାରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ବନ୍ଦେ ଭାରତ ମିଶନ ଅଧିନରେ ଗତ ମେ’ ମାସରୁ କିଛି କିଛି ଦେଶରେ ଦ୍ୱିପାକ୍ଷିକ ବିମାନ ସେବା ଆରମ୍ଭ କରାଯାଇଥିଲା ।

ସେହିପରି ଗତ ମେ’ ୨୫ ତାରିଖରୁ ଯାତ୍ରୀଙ୍କ ଲାଗି ଘରୋଇ ଉଡାଣ ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.