Latest Odisha News

BREAKING NEWS

ଅବସର ନେବେ ପୋଲିସ ଡିଜି ଅଭୟ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ଶେଷରେ ଅବସର‌ ନେବେ ପୋଲିସ ଡିଜି ଅଭୟ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚାକିରିରୁ ଅବସର‌ ନେବେ ପୋଲିସ ଡିଜି ଅଭୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାସହ ଖୁବଶୀଘ୍ର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ରାଜ୍ୟ ସରକାର ।

୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ନେଇଛନ୍ତି ପୋଲିସ ଡିଜି ଅଭୟ । ରାଜ୍ୟରେ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସେ ବେଶ ପରିଚିତ । ପୂର୍ବତନ ଡିଜିପି ବିଜୟ ଶର୍ମାଙ୍କ ପରେ ଅଭୟଙ୍କୁ ଡିଜିପି ଦାୟିତ୍ବ ପ୍ରଦାନ କରିଥିଲେ ରାଜ୍ୟ ସରକାର ।

Leave A Reply

Your email address will not be published.