Latest Odisha News

BREAKING NEWS

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ: ଡିଜିପି

କନ୍ଧମାଳ: କନ୍ଧମାଳରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏନ୍‌କାଉଣ୍ଟର ପାଇଁ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଏହା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ କମ୍ବିଂ ଅପରେସନ ଜୋରଦାର କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

ପୋଲିସ ଡିଜି ଅଭୟ କହିଛନ୍ତି ଯେ, ‘ଆଜି ଏନ୍‌କାଉଂଟରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ସଶସ୍ତ୍ର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନିକଟରୁ ୩ଟି ରାଇଫଲ, ଗୋଟିଏ ଇନ୍‌ସାସ ରାଇଫଲ, ୨ ଦେଶୀ ବନ୍ଧୁକ, ୩ଟି ମାଗାଜିନ, ୧୮ଟି ଗୁଳି, ଯୋଗଯୋଗ ଓ ମାଓ ସାମଗ୍ରୀ ଜବତ ହୋଇଛି।

Leave A Reply

Your email address will not be published.