Latest Odisha News

BREAKING NEWS

ଓଡ଼ିଶା ପୋଲିସର ନୂଆ ୱେବସାଇଟ୍‌ ଲଞ୍ଚ କଲେ ଡିଜିପି

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ  ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂଆ ୱେବସାଇଟ୍‌କୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ।

ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୋଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି।

 

Comments are closed.