Latest Odisha News

BREAKING NEWS

ସାମ୍‌ନାକୁ ଆସିଲା କଙ୍ଗନାଙ୍କ ‘ଧାକଡ’ ଲୁକ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ବିଭ୍ରାନ୍ତିକର ଟ୍ୱିଟ୍ ପାଇଁ କଙ୍ଗନା ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। କଙ୍ଗନା ତାଙ୍କର ଆଗାମୀ ଚଳଚ୍ଚିତ୍ର ଧାକଡର ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି ଏବଂ ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ପୋଷ୍ଟରରେ କଙ୍ଗନାଙ୍କ ଭୟଙ୍କର ରୂପ ମଧ୍ୟ ଦେଖିବାକୁ ମିଳୁଛି।

ଧାକଡ ହେଉଛି ଏକ ଗୁପ୍ତଚର-ଆକ୍ସନ୍ ଫିଲ୍ମ ଯେଉଁଥିରେ ଅଭିନେତ୍ରୀ ସ୍ପେଶାଲ ଏଜେଣ୍ଟ ଅଗ୍ନି ଭୂମିକାରେ ନଜର ଆସିବେ। ପ୍ରଥମ ଲୁକ୍‌ରେ, କଙ୍ଗନା ହାତରେ ଏକ ରକ୍ତ ରଞ୍ଜିତ ଖଣ୍ଡା ଦେଖିବାକୁ ମିଳିଛି। ଏହାସହିତ ପୃଷ୍ଠଭୂମିରେ ରକ୍ତ ଜୁଡୁବୁଡୁ ମୃତଦେହ ମଧ୍ୟ ଦେଖିବାକୁ ମିଳିଛି। କଙ୍ଗନା ପୋଷ୍ଟର ସେୟାର କରି ଲେଖିଛନ୍ତି – ସେ ନିର୍ଭୀକ ଏବଂ ବିପଦପୂର୍ଣ୍ଣ। ସେହି ଏଜେଣ୍ଟ ହେଉଛି ଅଗ୍ନି। ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ।

ଧାକଡର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ମଧ୍ୟପ୍ରଦେଶରେ ଚାଲିଛି। ଏହି ଚଳଚ୍ଚିତ୍ରଟି ସୋହେଲ ମାକଲାଇଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଅର୍ଜୁନ ରାମପାଲ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ। ୨୦୧୯ ରେ ଏକ ଟିଜର ସହିତ ଧାକଡ ଘୋଷଣା କରାଯାଇଥିଲା।

Comments are closed.