ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ୟୁଟ୍ୟୁବ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଭଲ ପାଇବା ଏବଂ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ନ ଥିଲା । ଶେଷରେ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ ଧନଶ୍ରୀ ମୁହଁ ଖୋଲିଛନ୍ତି । ଛାଡପତ୍ର ପରେ ଏହାକୁ ଉପଭୋଗ କରିବା ଉଚିତ ନୁହେଁ । ଛାଡପତ୍ର ଦିନ ମୁଁ ଯେତେବେଳେ କୋର୍ଟରେ ପଂହଚିଥିଲି ମୋ ଆଖି ଛଳ ଛଳ ହୋଇ ଯାଇଥିଲା । ଏହା ପରେ ପାରିବାରିକ ଅସୁବିଧାକୁ କେବେ ହେଲେ ପଦାରେ ପକାଇ ନାହିଁ ।
ଛାଡପତ୍ର ଦିନ ଚହଲ ବି ୟୋର ଓନ ଶୁଗାର ଡ୍ୟାଡୀ ଲେଖା ଥିବା ଟି ଶର୍ଟ ପିନ୍ଧିଥିଲେ । ପରେ ଯେତେବେଳେ ଏହା ମୁଁ ଦେଖିଲି ମନେ ମନେ ଭାବିଥିଲି ଏହି ବ୍ୟକ୍ତି ପାଇଁ କାନ୍ଦିବା ଉଚିତ ନୁହେଁ । ମୋ ନାମରେ ସେ ଅନେକ ଅପପ୍ରଚାର କରିଛନ୍ତି । ମୁଁ ଚୁପ ରହୁଛି ମାନେ ନୁହେଁ ଯେ, ତୁମେ ଅପମାନିକ କରିବ । ୟୁଟୁବ୍ୟରେ ଭିଡିଓ ପକାଉଥିବା ବେଳେ ଅନେକ ଆଶାଳୀନ ମନ୍ତବ୍ୟ ଦେଇଥାନ୍ତି । ମୁଁ ସେଗୁଡିକୁ ଗୁରୁତ୍ୱ ନ ଦେଇ ମୋ କାର୍ଯ୍ୟରେ ବ୍ୟସ୍ତ ରୁହେ । ଆଗକୁ ବି ଏହା ଚାଲିବ ବୋଲି ସେ କହିଛନ୍ତି । ଚହଲ ଏକ ସାକ୍ଷାତକାରରେ ଧନଶ୍ରୀଙ୍କ ଯୋଗୁ ଆତ୍ମହତ୍ୟା କରିବା ନେଇ ଚିନ୍ତା କରୁଥିଲେ ବୋଲି କହିଥିଲେ ।
Comments are closed.