ଖଣ୍ଡପଡ଼ା: ଧାନଚେଙ୍ଗଡ଼ା ୨ ନାବାଳକ ପୁଅକୁ ହତ୍ୟା ଘଟଣା । ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମାଆପୁଅକୁ ନେଇ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ । ଫତେଗଡ଼ ଧାନଚେଙ୍ଗଡ଼ା ଗାଁରେ ଘରକୁ ନେଇ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ୨ ପୁଅଙ୍କୁ ମାରି ଝୁଲାଇ ଦେଇଥିଲା ରାକ୍ଷସ ବାପା । ତଦନ୍ତ ପରେ ସତ ଓଗାଳିଥିଲା ଅଭିଯୁକ୍ତ ବାପା ସହ ଜେଜେ ମା’ ।
ସୂଚନା ଅନୁସାରେ, ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁରେ ଘଟିଥିଲା ଅଭାବନୀୟ ଘଟଣା । ଅଭିଯୁକ୍ତ ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ୩ ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଦୁଇପୁଅ ଆକାଶ ଓ ଆଦିତ୍ୟ ଧାନଚେଙ୍ଗେଡ଼ା ସ୍କୁଲରେ ପଢ଼ନ୍ତି। ତେବେ ବାପା ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜାଣି ଉଭୟେ ଚିନ୍ତିତ ହୋଇପଡ଼ିଥିଲେ। ଏହାକୁ ଦୁହେଁ ବିରୋଧ କରିଥିଲେ। ୨ୟ ବିବାହକୁ ବିରୋଧ କରିବାକୁ ନିଜର ୨ ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା । ୧୦ ତାରିଖରେ ଦୁଇ ଭାଇଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କିନ୍ତୁ ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲା । ପରେ ପୋଲିସ ତଦନ୍ତ କରି ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ଓ ଜେଜେ ମା ସୋରୀ ମହାନ୍ତିଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ଦୁଇ ନାବାଳକଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ଉଭୟ ବାପା ଓ ଜେଜେ ମା’ ।
ତେବେ ହତ୍ୟାର ୭ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ ମାତ୍ର ବାରମ୍ବାର ଫେଲ୍ ହେଉଥିଲେ । କିନ୍ତୁ ରବିବାର ବିଳମ୍ବିତ ରାତିରେ ଦୁଇ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଆତ୍ମହତ୍ୟାର ରୂପ ଦେବାକୁ ଦୁହେଁଙ୍କୁ ଟାଙ୍ଗି ଦେଇଥିଲେ । କିନ୍ତୁ ପୋଲିସ ଘଟଣାର ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।
Comments are closed.