Latest Odisha News

ଧନତେରାସ୍: ବିଶ୍ୱାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଲକ୍ଷ୍ମୀ

ଭୁବନେଶ୍ୱର: ଆଜି ଧନତେରାସ୍ । ସୁନା କିଣିବା ନେଇ ପରମ୍ପରା ରହି ଆସିଛି । ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଧନଲକ୍ଷ୍ମୀ ଆସି ଥାଆନ୍ତି । ଏଥପାଇଁ ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମେ । ସୁନା ହେଉ କି ରୁପା ଲୋକ ନିଜ ସାମର୍ଥ ଅନୁସାରେ ଗହଣା କିଣି ଥାଆନ୍ତି ।

ଧନତେରାସରେ ଲୋକ ସୁନା, ରୁପା, ପିତ୍ତଳ ଓ ଅନ୍ୟାନ୍ୟ ଜିନିଷ କିଣି ଆଥାନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁ ଗହଣା ଦୋକାନରେ ଲୋକଙ୍କ ଅହେତୁକ ଭିଡ଼ ନକରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ ଉଭୟ ଦୋକାନ କର୍ମଚାରୀ ଓ ଗ୍ରାହକ ।

ବିଭିନ୍ନ ସମୟରେ ଗହଣା ଦୋକାନ ପରିସରକୁ ସାନିଟାଇଜ୍ କରିବାକୁ କୁହାଯାଇଛି । କୋଭିଡ୍ ଗାଇଲାଇନ ଉଲ୍ଲଂଘନ କରି ଗହଣା ଦୋକାନରେ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments are closed.