Latest Odisha News

BREAKING NEWS

ଆଭେଞ୍ଜର୍ସ ଏଣ୍ଡଗେମ୍ ନିର୍ଦ୍ଦେଶକଙ୍କ ସହ କାମ କରିବେ ସାଉଥର ସୁପରଷ୍ଟାର ଧନୁଷ

ମୁମ୍ବାଇ: ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମସର ନିର୍ଦ୍ଦେଶକ ରୁସୋ ବ୍ରଦର୍ସଙ୍କ ଅଗାମୀ ଫିଲ୍ମରେ ଅଭିନୟ କରିବେ ସାଉଥ ସୁପରଷ୍ଟାର ଧନୁଷ । ସ୍ପାଇ ଥ୍ରୀଲର ଦି ଗ୍ରେ ମ୍ୟାନରେ ସେ କ୍ୟାପଟେନ ଆମେରିକାର ଷ୍ଟାର କ୍ରିସ ଇଭାନ୍ସଙ୍କ ସହ ଅଭିନୟ କରିବେ । ଧନୁଷଙ୍କ ସାମିଲ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଧନୁଷଙ୍କ ଏହା ଦ୍ୱିତୀୟ ହଲିଉଡ ଫିଲ୍ମ । ଏହା ପୂର୍ବରୁ ଦି ଏକ୍ସଟ୍ରା ଅର୍ଡିନାରୀ ଜର୍ନି ଅଫ ଦି ଫକୀରରେ ସେ ଅଭିନୟ କରିଥିଲେ ।

ଦି ଗ୍ରେ ମ୍ୟାନରେ ର‌୍ୟାନ ଗସଲିଙ୍ଗ ଓ ଏନା ଡେ ମଧ୍ୟ ଅଭିନୟ କରିବେ । ରିପୋର୍ଟ ମୁତାବକ ଏହି ଫିଲ୍ମର ବଜେଟ ୧୫୦୦ କୋଟି ରହିଛି । ଧନୁଷ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ସ୍ପଷ୍ଟ କରାଯାଇ ନାହିଁ । ଏବେ ସେ ବଲିଉଡ ଫିଲ୍ମ ଅନ୍ତରଙ୍ଗୀ ରେ ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏଥିରେ ତାଙ୍କ ସହ ଅକ୍ଷୟ କୁମାର ଓ ସାରା ଅଲୀ ଖାଁ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.