Latest Odisha News

BREAKING NEWS

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ଯାଜପୁର ଏସପିଙ୍କ ନାମରେ ଏତଲା ଦେଲା ବିଜେପି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ପ୍ରତିଦିନ ଭିନ୍ନ ମୋଡ଼ ନେଉଛି ।

ଏହି ଘଟଣାରେ ଯାଜପୁର ଏସ.ପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ଦିନ ଜିଲ୍ଲାର ବିଭିନ୍ନ ଥାନାରେ ଏସ.ପି ଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଏତଲା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ ଏସପିଙ୍କ ବିବୃତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ମିତାରଣୀଙ୍କ ଚରିତ୍ରକୁ ଏସପି ମୀନା ଆକ୍ଷେପ କରିଥିବା ବିରୋଧୀ ଅଭିଯୋଗ କରିଥିଲେ । ତେବେ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଫୌଜଦାରୀ ମାମଲା ରୁଜୁ କରିବାକୁ ଏତଲା ପ୍ରଦାନ କରାଯାଇଛି ।

ଅନ୍ୟପଟେ ଶୁକ୍ରବାର ଏହି ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସକୁ ପ୍ରଶାସନ ଦ୍ବାରା ସିଲ୍ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି ।

Leave A Reply

Your email address will not be published.