ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍ଧାମ୍ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ କରଣଙ୍କ ବିବାହ ଉତ୍ସବରେ ସାମିଲ ହୋଇ ନ ଥିଲେ ଜେଜେମାଆ । ବିବାହରେ କେବଳ ଜେଜେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା । ଉତ୍ସବକୁ ଆସିଥିବା ସମସ୍ତ ଅତିଥି ତାଙ୍କ ପତ୍ନୀଙ୍କୁ ଖୋଜିଥିଲେ । ଏନେଇ ଧର୍ମେନ୍ଦ୍ରଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ।
ବିବାହ ସମୟରେ ଧର୍ମେନ୍ଦ୍ର ସୁଟ୍ ବୁଟ୍ ପିନ୍ଧିଥିଲେ । ଅତିଥିଙ୍କ ଅନେକ ପ୍ରଶ୍ନ ଭିତରେ ବି ଧର୍ମେନ୍ଦ୍ର ନିଜ ଷ୍ଟାଇଲ୍ରେ ସମସ୍ତଙ୍କୁ ଖୁସି କରାଇଥିଲେ । ବିବାହ ସମୟର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଯାହାକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି । ଧର୍ମେନ୍ଦ୍ର ଫଟୋରେ ଏକୁଟିଆ ପୋଜ୍ ଦେଉଥିବାର ଦେଖି ପ୍ରଶଂସକମାନେ ଆପଣଙ୍କ ପତ୍ନୀମାନେ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ନାତି ବାହାଘରରେ ଧର୍ମେନ୍ଦ୍ରଙ୍କ ଦୁଇ ପତ୍ନୀ ପ୍ରକାଶ କୌର ଓ ହେମାମାଳିନୀ ସାମିଲ ହେବେ ବୋଲି ପ୍ରଶଂସକମାନେ ଆଶା କରିଥିଲେ । ହେଲେ ସେମିତି କିଛି ହେଲାନାହିଁ ।
Comments are closed.