Latest Odisha News

BREAKING NEWS

ଅଂହକାରୀଙ୍କ ସଦ୍‌ବୁଦ୍ଧି ହେଉ, ରାଜ୍ୟ ସରକାର ସମ୍ବେଦନହୀନ ସରକାର: ଧର୍ମେନ୍ଦ୍ର

ବାଲେଶ୍ୱର: ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢ଼େଇ । ବାଲେଶ୍ୟର-ତିର୍ତ୍ତୋଲ ପାଇଁ ଅଂଟା ଭିଡିଛନ୍ତି ସବୁ ଦେଳର ନେତା । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍ । ହେଭିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱରରେ ପ୍ରଚାର କରିଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ ସେ ଭୋଟ ମାଗିଛନ୍ତି ।

ରୁପସାର ଦଲଦଲି ପଡିଆରେ ଜନସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ବଖାଣିଛନ୍ତି । ଏଥିସହ ରାଜ୍ୟ ରସକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି କାହାର ମରିବା କାହା ପାଇଁ ସୁଯୋଗ ବୋଲି କହିବା ଠିକ୍ ନୁହେଁ । ରାଜ୍ୟସରକାର ଏକ ସମ୍ବେଦନହୀନ ସରକାର ।

କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟସରକାର ତାହାର ସଠିକ୍ ବିନିଯୋଗ କରିପାରି ନାହାନ୍ତି । କରୋନା ସହାୟତା ରାଶିକୁ ରାଜ୍ୟସରକାର ଓ ତାଙ୍କର ପ୍ରଶାସନିକ ଅଧିକାରୀ ମାନେ ମିଳି ମିଶି ଲୁଟ୍ କରିଛନ୍ତି । ବେରୋଜଗାର ପ୍ରସଙ୍ଗ ଉଠାଇ ସେ କହିଛନ୍ତି କି ରାଜ୍ୟରେ ଗୋଟିଏ ରାଜନୈତିକ ଦଳ ୨୦ ବର୍ଷ ଧରି ଶାସନ କ୍ଷମତାରେ ଥିଲେ ବି ଏବେ ବି ବାଲେଶ୍ୱର ଜିଲ୍ଲାର ହଜାର ହଜାର ଶିକ୍ଷିତ ଯୁବକ ବାହାରକୁ କାମ ସନ୍ଧାନରେ ଯାଉଛନ୍ତି । ବାଲେଶ୍ୱରର ବିକାଶ କରିବା ବିଜେପିର ମୁଖ୍ୟ ପ୍ରସଙ୍ଗ ବୋଲି ସେ କହିଥିଲେ ।

ଅନ୍ୟପଟେ ରାଜ୍ୟସରକାରଙ୍କ ଉପରେ ବି ଖୁବ୍ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ କି ଯାହା ପାଖରେ ସୁଯୋଗ ନାହିଁ ସେ ନିର୍ବାଚନକୁ ଏକ ସୁଯୋଗ ବୋଲି ଭାବୁଛି । ଏହାର ସୁଯୋଗ ନେଇ ଶାସକ ଦଳ ଲୋକଙ୍କୁ ଶାଢୀ ଓ ଟଙ୍କା ବାଣ୍ଟି ପ୍ରଲୋଭିତ କରୁଛନ୍ତି । କରୋନା କାଳରେ ରାଜ୍ୟସରକାରଙ୍କ ସମ୍ବେଦନହୀନତା ପଦାରେ ପଡିଛି । ଅନ୍ୟପଟେ ବାଲେଶ୍ୱରରେ ଏୟାରପୋର୍ଟ ନିର୍ମାଣ ନେଇ ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହା ସହ ଧର୍ମେନ୍ଦ୍ର କହିଥିଲେ କି ପ୍ରଜାତନ୍ତ୍ରରେ କାହାର ଅହଂକାର ରହିନାହିଁ । ଲୋକେ ଚାହିଁଲେ ଶାସକଦଳର ଅହଂକାର ଭାଙ୍ଗିବା ସହ ବାଲେଶ୍ୱରକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କର ବିକାଶ ଧାରାରେ ସାମିଲ କରିପାରିବେ ।

Leave A Reply

Your email address will not be published.