Latest Odisha News

BREAKING NEWS

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରି ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ମାରକ ମୁଦ୍ରା ଓ ଏକ ଓଡିଆ ସାଲ୍ ଉପହାରସ୍ୱରୂପ ପ୍ରଦାନ କରିଥିଲେ । ପି.ଭି ସିନ୍ଧୁଙ୍କୁ ଜଣେ ଆଗଧାଡିର ଯୁବ ପ୍ରତିଭା ଏବଂ ତାଙ୍କର ଉଦ୍ୟମ ସାମାଜିକ ପରିବର୍ତନ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହାସହ ତାଙ୍କୁ ରାଷ୍ଟ୍ରୀୟ ମିଶନ ଏବଂ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ ମିଶନ, ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା ପରେ ପି.ଭି ସିନ୍ଧୁ ଖୁସିବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ କରିବା ପାଇଁ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆହୁରି ମଧ୍ୟ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନଏଲ୍)କୁ ମଧ୍ୟ ସମର୍ଥନ ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ । ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡର ବ୍ରାଣ୍ଡ ଆମ୍ବାସେଡର ହେଉଛନ୍ତି ପି.ଭି ସିନ୍ଧୁ ।

Leave A Reply

Your email address will not be published.