Latest Odisha News

BREAKING NEWS

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ;ରବିବାର ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ତାଳଚେର ଅନୁଗୁଳ ଦ୍ବୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡା ଫ୍ଲାଏଓଭର ବ୍ରିଜର କାର୍ଯ୍ୟ ସମାପ୍ତ ହୋଇଛି । ରବିବାର ଦିନ ସେହି ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪୨ କୋଟି ଟଙ୍କା ବିନିମୟରେ ଏହି ଓଭର ବ୍ରିଜ କାମ ଶେଷ ହୋଇଛି ।

ଖବରମୁତାବକ, ପ୍ରାୟ ୮ ବର୍ଷ ଧରି ଏହାର ନିର୍ମାଣ କାମ ଚାଲୁଥିଲା। କିନ୍ତୁ ଗତ ବର୍ଷେ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ MCLକୁ ସ୍ଵତନ୍ତ୍ର ନିର୍ଦେଶ ଦେଇଥିଲେ । ଯାହା ପରେ ରେ କାମ ଦ୍ରୁତ ଗତିରେ ସମାପନ ହୋଇଛି। ପ୍ରତୀକ୍ଷାର ଅନ୍ତ ଘଟିଥିବାରୁ ଅଞ୍ଚଳବାସୀ ବେଶ୍ ଖୁସି ।

ସୂଚନାଥାଉକି, ଏହି ରାସ୍ତା ଦେଇ ଅନୁଗୁଳକୁ ଯିବାରେ ରେଲୱେ ଫାଟକ ଯୋଗୁ ଘଣ୍ଟା ଘଣ୍ଟା ଧରି ବହୁ ଗାଡ଼ି ମୋଟର ଅଟକି ରହୁଥିଲା । ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକରେ ଫସି ରହୁଥିଲା ।

Leave A Reply

Your email address will not be published.