Latest Odisha News

BREAKING NEWS

ନିଟ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା, କହିଲେ ପେପର ଲିକ୍ ହୋଇନି

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ବଡ ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ନିଟ୍ କାଉନସେଲିଂ ଉପରେ ରୋକ୍ ଲାଗିବନି। ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ତେବେ ନିଟ୍ (NEET) ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ‘ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାରେ ଭାରତ ସରକାର ଓ NTA ପ୍ରତିବଦ୍ଧ। ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ବଚ୍ଛତାର ସହ ପରୀକ୍ଷା ଦେଇଛନ୍ତି। ପେପର ଲିକ୍‌ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି। ୧୫୬୩ ପିଲାଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି। ଏନେଇ କମିଟି ଗଠନ କରାଯାଇଛି, କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବୁ।’

ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି ତାହାର ସମାଧାନ କରିବାକୁ ପ୍ରୟାସ କରାଯିବ। ଏହା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୂଚନା ଥାଉକି ଜୁନ୍ ୨୩ ପୁଣି ପରୀକ୍ଷା ହେବ । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ନିଟ୍ ପରୀକ୍ଷା ଦେବେ । ଏହାପରେ ୩୦ ଜୁନ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ସହିତ ନିଟ୍ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

Comments are closed.