ତାଳଚେର : ତାଳଚେର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର କଙ୍କିଳୀ ଗାଁରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ତିନି ଦିନ ଧରି ଆୟୋଜିତ ହୋଇଯାଇଛି । ଏଠାରେ ଦେବୀ ମାଆ ୩ ଦିନ ପୂଜା ପାଇଥାନ୍ତି । ପାଇକ ଭାଇ ମାନେ ନିଜ ନିଜର କଳା ଓ ସଂସ୍କୃତି କୁ ଅନୁଧ୍ୟାନ ଐତିହ୍ୟ ପରମ୍ପରାକୁ ବଜାୟ ରଖନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତ କରି ମହୋତ୍ସବରେ ଯୋଗଦେଇଥିଲେ ।
ବିଭିନ୍ନ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏବଂ କିପରି ପଞ୍ଚାୟତରେ ଅଧିକ ଉନ୍ନତି ହେବ , ସେ ନେଇ ଆଲୋଚନା କରିଥିଲେ । ପାଇକ ଭାଈ ମାନେ ବିଶାଳ ପଦଯାତ୍ରା କରି ଶ୍ରୀ ପ୍ରଧାନଙ୍କୁ ପାଛୋଟି ଆଣିଥିଲେ । ଏହି ସମାଗମରେ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ ।
Comments are closed.