ମୁମ୍ବାଇ: ୨୦୦୭ରେ ଧର୍ମେନ୍ଦ୍ର, ସନୀ ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ଅପନେର ସିକ୍ୟୁଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅପନେ-୨ର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଡାଇରେକ୍ଟର ଅନୀଲ ଶର୍ମା କହିଛନ୍ତି । ୧୩ ବର୍ଷ ପରେ ପୁନର୍ବାର ଦେଓଲ ପରିବାର ଏକତ୍ର ଗୋଟିଏ ଫିଲ୍ମରେ ଅଭିନୟ କରିବେ । ୨୦୦୭ରେ ଅପନେକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।
ଧମେନ୍ଦ୍ରଙ୍କୁ ଅନୀଲ ଶର୍ମା ନୂତନ ସ୍କ୍ରିପ୍ଟ ଶୁଣାଇଛନ୍ତି, ଯାହା କି ତାଙ୍କ ପସନ୍ଦ ଆସିଛି । ଏହି ଏହା ମଲ୍ଟି ଷ୍ଟାରରେ ଫିଲ୍ମ ହେବ । ୨୦୨୧ ମାର୍ଚ୍ଚରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ସନୀଙ୍କ ପୁତ୍ର କରଣ ମଧ୍ୟ ଏଥିରେ ଅଭିନୟ କରିବେ ।
Comments are closed.