Latest Odisha News

BREAKING NEWS

ମାଙ୍କଡ ହାତରେ ଶାଳଗ୍ରାମ କହି ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମାଙ୍କଡ ହାତରେ ଶାଳଗ୍ରାମର ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରେସମିଟ କରିଛି ବିଜେପି । ଯେଉଁଥିରେ ରାଜ୍ୟ ସରକାରଙ୍କୁ ସିଧା ସିଧା ନିଜର ଅଭିଭାଷଣରେ ଟାର୍ଗେଟ କରିଛନ୍ତି ଦଳର ଏହି ତୁଙ୍ଗ ନେତା । ଯାହାକୁ ନେଇ ମାଙ୍କଡ ହାତରେ ଶାଳଗ୍ରାମ ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

ସେ କହିଛନ୍ତି, ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି । ଏଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଏକ ନମ୍ବର ହେବ ଓଡ଼ିଶା । ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ, ନାରୀ ସୁରକ୍ଷା ଚିନ୍ତାଜନକ। ଓଡ଼ିଶା ଶିଶୁ ମୃତ୍ୟୁହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛି।

ଜାତୀୟ ସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି ଓଡ଼ିଶା। ରାଜ୍ୟରେ ୫୦% ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି। ହିଞ୍ଜିଳିରୁ କାହିଁକି ବେଶି ଲୋକ ଗୁଜରାଟକୁ କାମ କରିବାକୁ ଯାଉଛନ୍ତି? ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ ସଙ୍ଗୀତ କ’ଣ ଜାଣି ନାହାନ୍ତି । ଯିଏ ଯାହା ଲେଖିଲା ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.