Latest Odisha News

କ୍ରିକେଟରୁ ଅବସର ନେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଶନିବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭାବପ୍ରବଣ ଭିଡିଓ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୧୦ରେ ଶିଖର ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟ ଆରମ୍ଭ କରିଥିଲେ । ୨୦୨୨ରେ ବାଂଲାଦେଶ ବିପକ୍ଷ ସିରିଜ ପରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ଏହା ପରେ ତାଙ୍କୁ ଆଉ ଟିମ ଇଣ୍ଡିଆରେ ସ୍ଥାନ ମିଳି ନ ଥିଲା । ୨୦୧୩ରେ ଶିଖର ଟେଷ୍ଟ ଏବଂ ୨୦୧୧ରେ ଟି୨୦ରେ ପଦାର୍ପଣ କରିଥିଲେ । ୩୪ ଟେଷ୍ଟରେ ସେ ୨୩୧୫ ରନ, ୧୬୭ ଦିିନିକିଆରେ ୭୪୩୬ ଓ ୬୮ ଟି୨୦ରେ ୧୭୫୯ ରନ ସଂଗ୍ରହ କରିଛନ୍ତି ।

ଅବସର ନେବା ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି । ୨୦୨୪ରେ ସେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିଥିଲେ । ଆଘାତ ଓ ପାରିବାରିକ ସମସ୍ୟା ଯୋଗୁ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା । ୨୦୨୩ ଅକ୍ଟୋବରରେ ପତ୍ନୀ ଆୟଶାଙ୍କ ସହ ତାଙ୍କର ଛାଡପତ୍ର ହୋଇଥିଲା ।

Comments are closed.