Latest Odisha News

BREAKING NEWS

ପୁଅର ଜନ୍ମ ଦିନରେ ଭାବପ୍ରବଣ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ପୁଅ ଜୋରାଭରର ଜନ୍ମ ଦିନରେ ଭାବପ୍ରବଣ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଧାୱନ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତୁମକୁ ବର୍ଷେ ହେବ ମୁଁ ଦେଖି ନାହିଁ । ୩ମାସ ହେବ ସମସ୍ତ ସ୍ଥାନରେ ମୋତେ ବ୍ଲକ କରି ଦିଆଯାଇଛି । ତୁମକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ମୁଁ ପୁରୁଣା ଫଟୋ ବ୍ୟବହାର କରୁଛି । ସିଧାସଳଖ ତୁମ ସହିତ ଯୋଗାଯୋଗ ହୋଇପାରୁ ନ ଥିଲେ ମଧ୍ୟ ମୁଁ ଟେଲିପାଥୀ ଜରିଆରେ ତୁମ ସହିତ ଯୋଡି ହେଉଛି । ତୁମକୁ ବହୁତ ଭଲ ପାଏ । ସବୁବେଳେ ପଜିଟିଭ ରହିବ । କାହାର କ୍ଷତି ନ କରି ଆଗକୁ ବଢ଼ିବା ପାଇଁ ଉଦ୍ୟମ କର । ଭଗବାନ ଯଦି ଚାହିଁବେ ଆମେ ପୁନର୍ବାର ଏକତ୍ର ହେବା ।

ସୂଚନାଯୋଗ୍ୟ, ଅକ୍ଟୋବର ୪ରେ ଧାୱନ ଓ ଆୟଶା ମୂର୍ଖାଜୀଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଶିଖର ୨୦୧୨ରେ ନିଜଠାରୁ ୧୦ ବର୍ଷ ବଡ ଆୟଶାଙ୍କୁ ବିବାହ କରିଥିଲେ । ଆୟଶା ଜଣେ କିକ ବକ୍ସର ଅଟନ୍ତି । ଆୟଶା ପୂର୍ବରୁ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ପରିବାର ଲୋକଙ୍କ କଥା ନ ମାନି ଶିଖର ତାଙ୍କୁ ବିବାହ କରିଥିଲେ ।

Comments are closed.