Latest Odisha News

BREAKING NEWS

ଦୁର୍ନୀତି ମାମଲାରେ ପୂର୍ବତନ ପିଇଓ ତ୍ରିନାଥ ସେଠି ଦୋଷୀ ସାବ୍ୟସ୍ତ 

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା ଜିପିର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ତ୍ରିନାଥ ସେଠି ଏବଂ ସଦର ବ୍ଲକ ଅନ୍ତର୍ଗତ ବରଡା ଜିପିର ଏ/ପି-ପିଇଓଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି।

ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ୧୩(୧)(ଡି)/୭ ଅନୁଯାୟୀ ଚାର୍ଜସିଟ୍ କରିଥିଲା। ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ଘର ପାଇଁ ଯାଞ୍ଚ ରିପୋର୍ଟ ଦାଖଲ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯେଉଁ ଘଟଣାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏନେଇ ଏକ ମାମଲାରେ ତାଙ୍କୁ ଜରିମାନା ସହିତ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ।

ଅପରପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ନିୟମ ଅନୁଯାୟୀ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି।

 

Comments are closed.