Latest Odisha News

BREAKING NEWS

ରାଜଧାନୀରେ ଢେଙ୍କାନାଳ ଉତ୍ସବ…

ଚନ୍ଦ୍ରଶେଖରପୁର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ବର ପକ୍ଷରୁ ମଞ୍ଚେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ଜନ୍ମିତ ହୋଇ ରାଜ୍ୟକୁ ଗର୍ବିତ କରିଥିବା ବ୍ୟକ୍ତିବିଶେଷ ଏଥିରେ ଯୋଗଦେଇ ରାଜଧାନୀର ଏକ ରାସ୍ତାକୁ ବାଜି ରାଉତଙ୍କ ନାମରେ ନାମିତ କରିବାକୁ ମତପ୍ରକାଶ କରିଥିଲେ। ଉତ୍ସବରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ମାଟିର ସ୍ବାଭିମାନ ଓ ଗୌରବ ବିଷୟରେ ଆଲୋକପାତ କରିଥିଲେ।

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ‌ଢେଙ୍କାନାଳ ଜିଲ୍ଲା ରାଜ୍ୟ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କପିଳାଶ ସମେତ ଯୋରନ୍ଦା‌ରେ ମହିମା ଗାଦି ଏଠାରେ ରହିଛି। ଏହାବ୍ୟତୀତ ଢେଙ୍କାନାଳ ବରା ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ସ୍ବତନ୍ତ୍ର ଖାଦ୍ୟ ଭାବେ ଢେଙ୍କାନାଳ ବରା ପ୍ରତିଟି ଲୋକଙ୍କ ପାଖରେ ପରିଚିତ। ଏହି ଜିଲ୍ଲାର ପୁଅ ବୀର ବାଜି ରାଉତ ଓଡ଼ିଶାର ଇତିହାସକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ।

ଢେଙ୍କାନାଳରେ ଜନ୍ମିତ ହୋଇଇ ରାଜ୍ୟକୁ ଗର୍ବିତ କରିଥିବା ବ୍ୟକ୍ତି ଯୋଗ ଦେଇ ରାଜଧାନୀର ଏକ ମାର୍ଗକୁ ସହୀଦ ବୀର ବାଜି ରାଉତଙ୍କ ନାମରେ ନାମିତ କରିବାକୁ ମତ ପ୍ରକାଶ କରିଥିଲେ । ଜିଲ୍ଲାର ହାତ ତିଆରି ଜିନିଷ , ପାରମ୍ପରିକ ଖାଦ୍ୟର ଆସର ବସିଥିଲା । କୃତିତ୍ବ ଅର୍ଜନକାରୀଙ୍କୁ ସମ୍ମାନିତ କରାଯାଇଛି । ଆୟୋଜିତ ଆଇୱ। ସୁପର ମଡେ଼ଲ ୨୦୨୦ ବିଜୟିନୀ ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ଢେଙ୍କାନାଳ ସମ୍ମାନରେ ।

ଢେଙ୍କାନାଳ ବରା, ସହୀଦ ବାଜି ରାଉତ , ଗଡ଼ଜାତ ଆନ୍ଦୋଳନ କପିଳାସର ପ୍ରଭୁ ଚନ୍ଦ୍ରଶେଖର , ମହିମା ଗାଦି , ସପ୍ତଶର୍ଯ୍ୟା ବିଷୟରେ ଆଲୋକପାତ କରିଥିଲେ ।

ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ବବ୍ୟାପୀ କରିବାକୁ ମତପ୍ରକାଶ କରିଥିଲେ। ଅନୁଷ୍ଠାନ ସଭାପତି ସୌରେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ରାଜ୍ ନାରାୟଣ ତ୍ରିପାଠୀ, ସମ୍ପାଦକ ପ୍ରେମାନନ୍ଦ ବିଶ୍ବାଳ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପରେ ଢେଙ୍କାନାଳ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରାଜଧାନୀରେ ରହୁଥିବା ଢେଙ୍କାନାଳ ଜିଲ୍ଲାର ଅଦିବାସୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଡ. ସୂର୍ଯ୍ୟମଣୀ ବେହେରାଙ୍କ ପୁସ୍ତକ ଓ ଡ.ଅନନ୍ତ ଚରଣ ସାହୁଙ୍କ ଅନୁଷ୍ଠାନ ପକ୍ଷରୁ ଆଦିବାସୀ ଅଳଙ୍କାର ଷ୍ଟଲ ଖୋଲାଯାଇଥିଲା ।

Leave A Reply

Your email address will not be published.