Latest Odisha News

ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କଲେ ଅଙ୍କିତା-ଧୀରଜ

ପ୍ୟାରିସ: ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ପ୍ରଭାବୀ ପ୍ରଦର୍ଶନ ସତ୍ୱେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତୀୟ ଯୋଡି ଆମେରିକାର କାସେ କାଉଥୋଲ୍ଡ ଓ ବ୍ରାଡି ଏଲିସନଙ୍କ ନିକଟରୁ ୬-୨ରେ ପରାଜିତ ହୋଇଛନ୍ତି । କାସେ ଆମେରିକାର ପ୍ରଥମ ମହିଳା ଭାବେ ତୀରନ୍ଦାଜରେ ପଦକ ଜିତିବା ଗୌରବ ଅର୍ଜନ କରିଛନ୍ତି । ସେଟରେ ୧ରେ ଭାରତୀୟ ଯୋଡି ୩୭ ଏବଂ ଆମେରିକୀୟ ଯୋଡି ୩୮ ପଂଏଟ ହାସଲ କରିଥିଲେ । ଦ୍ୱିତୀୟ ସେଟରେ ଅଙ୍କିତା-ଧୀରଜ ୩୫ ଏବଂ କାସେ-ବ୍ରାଣ୍ଡି ୩୭ ପଂଏଟ ସହ ଓଭରାଲ ୪-୦ରେ ଅଗ୍ରଣୀ ରହିଥିଲେ ।

ତୃତୀୟ ସେଟରେ ଭାରତୀୟ ଯୋଡି ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରି ମ୍ୟାଚରେ ରୋମାଂଚ ଭରିଥିଲେ । ଭାରତ ୩୮ ଓ ଆମେରିକା ୩୪ ପଂଏଟ ହାସଲ କରିଥିଲେ । ସେଟ ୪ରେ ଆମେରିକୀୟ ଯୋଡି ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଥିଲେ । ଭାରତୀୟ ଯୋଡି ୩୫ ଓ ଆମେରିକୀୟ ଯୋଡି ୩୭ ପଂଏଟ ହାସଲ କରିଥିଲେ । ଦକ୍ଷିଣ କୋରିଆ ଓ ଜର୍ମାନୀ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ ।

Comments are closed.