ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କ ୧୦ ବର୍ଷ ତଳର ମାନହାନି କେସର ଶୁଣାଣି ପୂନର୍ବାର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧୋନୀ ୨ଟି ବଡ ମିଡିଆ ସଂସ୍ଥା ସମେତ ଜନୈକ ପତ୍ରକାର ଓ ଆଇପିଏସ ଅଧିକାରୀଙ୍କ ନାମରେ ମାନହାନି ମୋକଦ୍ଦମା କରିଥିଲେ । ଧୋନୀ ଆଇପିଏଲ ସଟ୍ଟାବାଜ ଦୁର୍ନୀତିରେ ସାମିଲ ଅଛନ୍ତି ବୋଲି ସେମାନେ କହିଥିଲେ । ସୋମବାର ବିଚାରପତି ସିଭି କାର୍ତିକେୟନ ଜଣେ ଆୟୂକ୍ତ ନିଯୁକ୍ତ କରିଛନ୍ତି । ଯିଏ କି ଚେନ୍ନାଇର ସମସ୍ତ ପକ୍ଷ ଓ ଧୋନୀ ସମ୍ପର୍କୀତ ପ୍ରମାଣ ଯୋଗାଡ କରିବେ । ଧୋନୀ ନିକଟରେ ଏହି ମାନହାନି କେସର ପୂନର୍ବାର ଶୁଣାଣୀ କରିବା ପାଇଁ ଅନୁରୋଧ କରିଥିଲେ । ୨୦୧୪ରୁ ଏହି କେସ ପଡି ରହିଥିଲା ।
୨୦ ଅକ୍ଟୋବର ୨୦୨୫ରୁ ୧୦ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଧୋନୀ ଉପଲବ୍ଧ ରହିବେ ବୋଲି କହିଥିଲେ । ମୁଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ହାଇକୋର୍ଟଙ୍କ ସମସ୍ତ ନିର୍ଦ୍ଦେଶ ମଧ୍ୟ ପାଳନ କରିବି ବୋଲି କହିଛନ୍ତି । ୨୦୧୩ରେ ଆଇପିଏଲରେ ସ୍ପଟ ଫିକ୍ସିଂ ହୋଇଥିଲା । ଏଥିରେ ଏସ.ଶ୍ରୀସନ୍ଥ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହ୍ୱାନ ଧରା ପଡିଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନଙ୍କ ଜାମାତା ଓ ଟିମ ପ୍ରିନ୍ସିପଲ ଗୁରୁନାଥ ମାୟପ୍ପନ୍ନଙ୍କ ନାମ ମଧ୍ୟ ଉଠିଥିଲା । ଏହି ଘଟଣା ପରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇକୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ।
Comments are closed.