ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଇତିହାସ ରଚିଛନ୍ତି । ଧୋନୀ ଚେନ୍ନାଇର ଅଧିନାୟକ ପଦ ଛାଡିବା ପାଇଁ ଯେତେ ଚେଷ୍ଟା କରୁଥିଲେ ପଦ ଏହା ତାଙ୍କ ପିଛା ଛାଡୁନି । ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରିଯିବା ପରେ ଏବେ ଧୋନୀଙ୍କୁ ପୂନର୍ବାର ଦଳର ଅଧିନାୟକ କରାଯାଇଛି । ଧୋନୀ ଆଇପିଏଲ ଇତିହାସରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୪୩ ବର୍ଷ ୨୭୮ ଦିନ ବୟସରେ ଚେନ୍ନାଇର ଅଧିନାୟକ ହୋଇଛନ୍ତି । ଆଗକୁ ଏହି ରେକର୍ଡ ଭାଙ୍ଗିବା ପ୍ରାୟତଃ କଷ୍ଟକର ମନେ ହେଉଛି ।
୨୦୨୨ ଆଇପିଏଲ ପୂର୍ବରୁ ଧୋନୀ ଅଧିନାୟକ ପଦ ଛାଡିଥିଲେ । ଏହା ପରେ ରବୀନ୍ଦ୍ର ଜାଡେଜାଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା । ସେ ୨୦୨୨ ସିଜନ ଅଧାରୁ ଅଧିନାୟକ ପଦ ଛାଡିଥିଲେ । ଧୋନୀ ବାକିତକ ମ୍ୟାଚ ରେ ଦଳର ନେତୃତ୍ୱ ନେଉଥିଲେ । ୨୦୨୩ରେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ମ ଟାଇଟଲ ହାସଲ କରିଥିଲା । ୨୦୨୪ରେ ରିତୁରାଜ ଗାଏକ୍ୱାଡ ଦଳର ଅଧିନାୟକ ହୋଇଥିଲେ । ୨୦୨୫ରେ ମଧ୍ୟ ତାଙ୍କୁ ଦଳ ଏହି ପଦରେ ବଜାୟ ରଖିଥିଲା । ଏବେ ସେ ଆଘାତ ଯୋଗୁ ବାକି ମ୍ୟାଚରୁ ଓହରି ଯିବା ଫଳରେ ଧୋନୀ ଅଧିନାୟକ ହୋଇଛନ୍ତି । ଚେନ୍ନାଇ ଚଳିତ ସଂସ୍କରଣରେ ବିଜୟ ପାଇଁ ସଂଘର୍ଷ କରୁଛି ।
Comments are closed.