Latest Odisha News

BREAKING NEWS

ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ଧୋନୀ

ଚେନ୍ନାଇ: ଗତ ସଂସ୍କରଣର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏଥର ମଧ୍ୟ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପରାଜିତ ହୋଇ ଚିନ୍ତାରେ ପକାଇଛି । ଚେନ୍ନାଇ ଟିମ ଓ ପ୍ରଶଂସକମାନେ ଏମଏସ ଧୋନୀ ଦଳକୁ ଫେରିଲେ ସବୁ କିଛି ଠିକ ହୋଇଯିବ ବୋଲି ଆଶା ବାନ୍ଧିଛନ୍ତି । ରିପୋର୍ଟ ମୁତାବକ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି । ଧୋନୀ ଏବେ ବି ତାଙ୍କ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି । ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ତାଙ୍କୁ ଅତି କମରେ ଏକ ସପ୍ତାହ ସମୟ ଲାଗିବ ।

ଏପ୍ରିଲ ୧୧ରେ ଚେନ୍ନାଇ ତାର ପରବର୍ତୀ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ ଚେପକରେ ଖେଳାଯିବ । ଏପ୍ରିଲ ୧୪ରେ କୋଲକାତା ନାଇଟ ରାଇଡର୍ସକୁ ଦଳ ଭେଟିବ । ଦିଲ୍ଲୀ ଏବଂ କୋଲକାତା ବିପକ୍ଷରେ ଧୋନୀଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଧୋନୀଙ୍କ ବ୍ୟତୀତ ଦଳର ବିସ୍ଫୋରକ ଯୁବ ବ୍ୟାଟ୍ସମ୍ୟାନ ଡେୱାଲ୍ଡ ବ୍ରେଭିସ ମଧ୍ୟ ପ୍ରଥମ ୩ଟି ମ୍ୟାଚ ଖେଳି ନାହାନ୍ତି । ତେବେ ସେ ଦିଲ୍ଲୀ ବିପକ୍ଷରେ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.