ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ଏଥିପାଇଁ ଅନୁମତି ମିଳିବ ତେବେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହି ଶବ୍ଦକୁ ବ୍ୟବହାର କରିପାରିବେ ନାହିଁ । ଜୁନ ୫ରେ ଟ୍ରେଡମାର୍କ ରେଜିଷ୍ଟ୍ରି ପୋର୍ଟାଲରେ ସେ ଏଥିନେଇ ଆବେଦନ କରିଛନ୍ତି । ପୂର୍ବରୁ ଏ ଭଳି ଏକ ନାମର ଟ୍ରେଡମାର୍କ ରହିଥିବାରୁ ଧୋନୀଙ୍କୁ ଅସୁବିଧାରେ ପକାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତର ଏକମାତ୍ର ଅଧିନାୟକ ଭାବେ ଧୋନୀ ୩ଟି ଆଇସିସି ଟ୍ରଫି ଜିତଛନ୍ତି ।
୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଏଥିରେ ସାମିଲ । ତାଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ଏକ ନମ୍ବର ଟିମ ମଧ୍ୟ ହୋଇଛି । ୨୦୧୪ରେ ସେ ଟେଷ୍ଟରୁ ଓ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବା ସହ ଦଳକୁ ୫ ଥର ଟାଇଟଲ ଜିତାଇଛନ୍ତି । ସେ ଏବେ ବି ଆଇପିଏଲ ଖେଳିବା ଜାରୀ ରଖିଛନ୍ତି ।
Comments are closed.