Latest Odisha News

BREAKING NEWS

ଧୋନୀ ପାଲଟିଲେ ରକଷ୍ଟାର

ଚେନ୍ନାଇ: ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗର ଅଗାମୀ ସଂସ୍କରଣ ଆରମ୍ଭ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଚେନ୍ନାଇ ସୁପର କିଙ୍ଗସର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଏହି ଅବସରରେ ଧୋନୀଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଧୋନୀଙ୍କୁ ବ୍ୟାଟ କିମ୍ବା ଗ୍ଲୋଭସ ବଦଳରେ ଗୀତାର ଧରି ବଜାଉଥିବାରୁ ଦେଖିବାକୁ ମିଳିଛି । ସିଏସକେ ପକ୍ଷରୁ ଏହା ଶେୟାର କରାଯାଇଥିଲା । ଧୋନୀ, ରିତୁରାଜ ଗାଏକ୍ୱାଡ, ଶିବମ ଦୁବେ ଓ ଦୀପକ ଚହର ଏକ ବିଜ୍ଞାପନର ପ୍ରୋମୋର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ଏଥିରେ ଧୋନୀ ରକଷ୍ଟାର ପରି ଗୀତାର ଧରି ପୋଜ ଦେଇଛନ୍ତି । ସୂଚନାଯୋଗ୍ୟ, ଧୋନୀଙ୍କ ଏହା ଖେଳାଳି ଭାବେ ଶେଷ ଆଇପିଏଲ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି । ଗତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ସେତେଟା ପ୍ରଶଂସନୀୟ ନ ଥିଲା ।

Leave A Reply

Your email address will not be published.