Latest Odisha News

BREAKING NEWS

ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯିବେ ଧୋନୀ

ରାଂଚୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଛି । ଆଘାତ ସମସ୍ୟା ସତ୍ୱେ ଧୋନୀ ଚେନ୍ନାଇ ପକ୍ଷରୁ ଖେଳିଥିଲେ । ଏବେ ଧୋନୀଙ୍କ ଅବସର ନେଇ ଆଲୋଚନା ଜୋର ଧରିଛି । ଧୋନୀ କିମ୍ବା ଚେନ୍ନାଇ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ରିପୋର୍ଟ ମୁତାବକ ଧୋନୀ ତାଙ୍କ ଆଘାତର ସମସ୍ୟାର ସମାଧାନ ପାଇଁ ଲଣ୍ଡନ ଯିବେ । ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଚିକିତ୍ସା ପରେ ସେ ଅବସର ନେବି କି ନାହି ତାହା ସ୍ପଷ୍ଟ କରିବେ । ଯଦି ଅସ୍ତ୍ରୋପଚାର ହୁଏ ତେବେ ସେ ଅତି କମରେ ୫ରୁ୬ ମାସ ବିଶ୍ରାମ ନେବେ ।

ଏହା ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ତାହା ଜଣା ପଡିବ । ଧୋନୀ ଆଇପିଏଲରେ ସବୁଠାରୁ ଲମ୍ବା ଛକା(୧୧୦ ମିଟର) ମାରିଛନ୍ତି । ଆରସିବି ବିପକ୍ଷରେ ସେ ୧୩ ବଲରୁ ୨୫ ରନ କରି ଆଉଟ ହୋଇଥିଲେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟଲ ହାସଲ କରିଛି । ସେ ଓଭରାଲ ୨୬୪ ଆଇପିଏଲ ମ୍ୟାଚ ଖେଳି ୫୨୪୩ ରନ କରିଛନ୍ତି । ଏଥିରେ ୨୪ ଅର୍ଦ୍ଧଶତକ ସାମିଲ । ଏଥିରେ ୨୫୨ ଛକା ଓ ୩୬୩ ଚୌକା ସାମିଲ ।

Leave A Reply

Your email address will not be published.