Latest Odisha News

ପଡିଆରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ଅପରେଶନ ଖର୍ଚ୍ଚ କଥା ବୁଝିବେ ଧୋନୀ

ରାଂଚୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା । ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ଅବସରରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭେଦ କରି ପଡିଆକୁ ପ୍ରବେଶ କରିଥିଲେ । ସେ ଧୋନୀଙ୍କ ପାଦ ଛୁଇଁଥିଲେ ଏବଂ କିଛି ସମୟ କଥା ହୋଇଥିଲା । ଏହି ପ୍ରଶଂସକଙ୍କ ନାମ ଜୟ ଜାନୀ । ନିକଟରେ ତାଙ୍କର ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ସେ ୨୧ ସେକେଣ୍ଡ ମଧ୍ୟରେ କଣ କଥା ହୋଇଥିଲେ ତାର ଖୁଲାସା କରିଛନ୍ତି । ପଡିଆରେ ପ୍ରବେଶ କରିବା ପରେ ମାହୀ ଭାଇ ଦୌଡିଥିଲେ । ନିରାଶ ହୋଇ ଚିତ୍କାର କରିଥିଲି ସର…… । ସେ ପାଖକୁ ଆସି କହିଥିଲେ, ଆରେ ମୁଁ ମଜା କରୁଥିଲି । ଏତିକି ଶୁଣିବା ପରେ ମୁଁ ତାଙ୍କ ପଦ ତଳେ ପଡି ଯାଇଥିଲି ।

ସେ ମୋ କାନ୍ଧରେ ହାତ ରଖିବା ପରେ ପଚାରିଥିଲେ ଏତେ ଜୋରରେ ଧଇଁ ସଇଁ କଣ ପାଇଁ ହେଉଛ ? ଜୟ କହିଥିଲେ ମୋ ନାକରେ ସମସ୍ୟା ଅଛି । ଅପରେଶନ ପୂର୍ବରୁ ଆପଣଙ୍କୁ ଭେଟିବା ମୋର ସ୍ୱପ୍ନ ଥିଲା । ଧୋନୀ କହିଥିଲେ ତୁମ ସର୍ଜରୀ କଥା ମୁଁ ଦେଖି ନେବି । ତା ପରେ କହିଥିଲେ ସିକ୍ୟୁରିଟି ତୁମକୁ କିଛି କହିବେ ନାହିଁ, ଭୟ କରନି । ଗାର୍ଡମାନେ ମୋ ବେକକୁ ଧରି ନେବା ବେଳେ ଧୋନୀ ଭାଇ ୩ ଥର କହିଥିଲେ ତାକୁ କିଛି କରିବନି । ବାଉନ୍ସରକୁ ବି କହିଥିଲେ ତା ନାକରେ ଅସୁବିଧା ଅଛି ଜଗି ରଖି ନେବ ।

Comments are closed.