Latest Odisha News

ଧୋନୀ କ୍ରିକେଟରୁ ୩୦ ଲକ୍ଷ ଆୟ କରି ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ

ରାୟପୁର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ୱାସିମ ଜାଫର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ଏକ ତଥ୍ୟ ଉଜାଗର କରିଛନ୍ତି । ସେ କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିବା ପରେ ସେ ତିଷ୍ଠି ରହିବା ନେଇ ସନ୍ଦେହରେ ଥିଲେ । ସେଥିପାଇଁ ମୋତେ କହିଥିଲେ କଷ୍ଟମଷ୍ଟେ ୩୦ ଲକ୍ଷ ଟଙ୍କା ରୋଜଗାର କଲେ ଶାନ୍ତିରେ ଜୀବନ ଅତିବାହିତ କରିବି ।

ଧୋନୀ ଡିସେମ୍ବର ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ସେ କେବେ ଭାବି ନଥିଲେ ଯେ ଏତେ ବଡ ଷ୍ଟାର ଖେଳାଳି ପାଲଟି ଯିବେ । ଯେହେତୁ ସେ ଛୋଟ ସହରରୁ ଆସିଥିଲେ ବେଶି କିଛି ଆଶା କରୁ ନ ଥିଲେ ବୋଲି ସେ କହିଛନ୍ତି । ସମୟ ବଦଳିଲେ ସବୁ କିଛି ବଦଳିଯିବ ବୋଲି ଜାଫର କହିଛନ୍ତି ।

ଧୋନୀ ଏବେ ଦୀର୍ଘ ଦିନ ଧରି କ୍ରିକେଟଠାରୁ ଦୂରେଇ ରହିଥିବାରୁ ଅବସର କଥା ଚିନ୍ତା କରୁଛନ୍ତି ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.