Latest Odisha News

BREAKING NEWS

ମ୍ୟାଚ ଜିତିବା ପରେ ଖୁସିନଥିଲେ ଧୋନୀ, ଡ୍ରେସିଂ ରୁମରେ ଖେଳାଳିଙ୍କୁ କଲେ ତାଗିଦ!

ଚେନ୍ନାଇ: ଯଦିଓ ଚେପକରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୨ ରନରେ ପରାସ୍ତ କରିଛି ହେଲେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳର ଖେଳାଳିଙ୍କ ଉପରେ ଅସନ୍ତୋଷ ଥିବା ସୂଚନା ରହିଛି। ମ୍ୟାଚରେ ଯେଉଁଭଳି ଭାବେ ଓ୍ୱାଇଡ୍ ଏବଂ ନୋ ବଲ୍ ଦେଇଥିଲେ ବୋଲର ତାକୁ ନେଇ ଧୋନୀ ଡ୍ରେସିଂ ରୁମରେ ଖେଳାଳିଙ୍କୁ ଏପରି ପୁନରାବୃତି ଯେମିତି ନହୁଏ ତାଗିଦ କରିଥିବା ସୂଚନା ରହିଛି।

ଗତକାଲିର ମ୍ୟାଚରେ ମୋଇନ୍ ଅଲି ଏବଂ ରିତୁରାଜ ଗାଇକୱାଡ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ଦଳକୁ ଜିତିବାରେ ସାହାଯ୍ୟ କରିଥିଲା। ହେଲେ ଦଳର ବୋଲର ତୁଷାର ପାଣ୍ଡେ ମ୍ୟାଚରେ ୧୩ଟି ୱାଇଡ୍ ଏବଂ ୩ଟି ନୋ ବଲ୍ ଦେଇଥିଲେ। ଯାହାକୁ ନେଇ ଧୋନୀ ଖୁସିନଥିଲେ ବୋଲି ସୂଚନା ରହିଛି।

ମାହି କହିଛନ୍ତି, ‘ଆମର ପେସ ବୋଲିଂରେ ଉନ୍ନତି ଆଣିବାକୁ ପଡିବ। ମ୍ୟାଚର ସ୍ଥିତି ଅନୁଯାୟୀ ବୋଲିଂ କରିବାକୁ ହେବ। ପ୍ରତିପକ୍ଷ ବୋଲରମାନେ କଣ କରୁଛନ୍ତି ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ ନାହିଁ’।

ଏହାପରେ ସେ ନିଜର ମଜାଳିଆ ଶୈଳୀରେ କହିଛନ୍ତି, ‘ଆମର ବୋଲରମାନେ ୱାଇଡ୍ ବୋଲିଂ କରିବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କୁ ଜଣେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ପଡ଼ିବ। ଏହା ମୋର ଦ୍ୱିତୀୟ ଚେତାବନୀ’।

ସେହିପରି ପିଚକୁ ନେଇ ମାହି ଅସନ୍ତୋଷ ପ୍ରକାର କରିଛନ୍ତି। ଏହା ଏକ ଧିମା ପିଚ ରହିବ ବୋଲି ସେ ଆକଳନ କରିଥିଲେ ବୋଲି କହିଛନ୍ତି।

ପ୍ରଥମେ ବ୍ଯାଟିଂ କରି ସିଏସକେ ୨୦ ଓଭରରେ  ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା। ପରେ ୨୧୮ ରନର ଲକ୍ଷ୍ୟ ନେଇ ପଡ଼଼ିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ। ଦଳ ମାତ୍ର ୨୦ ଓଭରରେ ୨୦୫ ରନ୍ ସ୍କୋର କରି ୭ ୱିକେଟ୍ ହରାଇଥିଲା। ସିଏସକେ ପକ୍ଷରୁ ମୋଏନ୍ ଅଲି ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଏହା ଥିଲା ଚଳିତ ଆଇପିଏଲ ସିଜିନରେ ଚେନ୍ନାଇର ପ୍ରଥମ ବିଜୟ।

Leave A Reply

Your email address will not be published.