Latest Odisha News

BREAKING NEWS

ଧୋନୀଙ୍କ ଆଇପିଏଲରୁ ଅବସର ସମ୍ପର୍କରେ ରହସ୍ୟ ଉଜାଗର କଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ପରେ ମହେନ୍ଦ୍ର ସିଂ ଧୋନୀ ଅବସର ନେବେ କି ନାହିଁ ସେ ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗସ ସିଇଓ କାଶୀ ବିଶ୍ୱନାଥନ ଖୁଲାସା କରିଛନ୍ତି । ସେ ପ୍ରଥମେ ଧୋନୀଙ୍କ ଫିଟନେସ ନେଇ କହିଥିଲେ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ୧୦ ଦିନ ମଧ୍ୟରେ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେବେ । ୨୦୨୩ ଆଇପିଏଲ ଅବସରରେ ଧୋନୀଙ୍କ ଆଂଠୁ ଆଘାତପ୍ରାପ୍ତ ହୋଇଥିଲା । ସେ ପଟି ବାନ୍ଧି ଅଧିକାଂଶ ମ୍ୟାଚ ଖେଳିଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ମ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏହା ପରେ ତାଙ୍କ ଆଂଠୁରେ ଅସ୍ତ୍ରୋପଚାର ହୋଇଥିଲା ।

ଧୋନୀ ଆଇପିଏଲ ଖେଳିବେ କି ନାହିଁ ସେ ସମ୍ପର୍କରେ ନିଷ୍ପତି ନେବା ଅଧିକାର କେବଳ ତାଙ୍କର ରହିଛି । ସେ ଅବସର ନେବା ପୂର୍ବରୁ କୌଣସି ସୂଚନା ଆଗୁଆ ଦେଇ ନ ଥାନ୍ତି । ମାର୍ଚ୍ଚରୁ ଚେନ୍ନାଇ ଟିମର କ୍ୟାମ୍ପ ଆରମ୍ଭ ହେବ । ୨୨ ମାର୍ଚ୍ଚ ବେଳକୁ ଆଇପିଏଲ ଆରମ୍ଭ ହୋଇପାରେ । ଲୋକସଭା ନିର୍ବାଚନ ସେ ସମୟରେ ହେବାକୁ ଥିବାରୁ ଆଇପିଏଲ ଅନ୍ୟ ଦେଶକୁ ସ୍ଥାନାନ୍ତରିତ କରାଯିବ କି ପ୍ରଶ୍ନର ଉତରରେ ସେ କହିଥିଲେ, ଆମକୁ ଏବେ ଭାରତରେ ଆଇପିଏଲ ଖେଳିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Comments are closed.