ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏପରିକି ଏହାର ପ୍ରତ୍ୟେକ ସିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପାର୍ଟର ଜ୍ୱର ପ୍ରଶଂସକଙ୍କ ମନରୁ ବାହାରୁ ନ ଥିବା ବେଳେ ଏବେ ଏହାର ଦ୍ୱିତୀୟ ପାର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଅଭିନେତା ନବୀନ କୌଶିକ ଏହାର ଦ୍ୱିତୀୟ ପାର୍ଟ ନେଇ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ପ୍ରଥମ ପାର୍ଟ ତୁଳନାରେ ଦ୍ୱିତୀୟ ପାର୍ଟରେ ବଡ ଧମାକା ହେବ । ଦର୍ଶକ ଚିନ୍ତାଠାରୁ ୫୦ ଗୁଣ ଅଧିକ ରୋମାଂଚ, ରହସ୍ୟ ଓ ଆକ୍ସନ ଦେଖିବାକୁ ପାଇବେ ।
ସେ ପାର୍ଟ୨ର ଅଂଶ ହେବେନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଖୁବ ଶୀଘ୍ର ଫିଲ୍ମର ଶୁଟିଂ ହେବ । ଫିଲ୍ମରେ ଦର୍ଶକ ମୋତେ ଡୋଙ୍ଗା ଭୂମିକାରେ ବେଶ ପସନ୍ଦ କରିଛନ୍ତି । ଏହା ମୋ ପାଇଁ ସବୁଠାରୁ ଖୁସୀର କ୍ଷଣ ବୋଲି ସେ କହିଛନ୍ତି । ଧୂରନ୍ଧର ଫିଲ୍ମ ଖୁବ କମ ଦିନରେ ୬୦୦ କୋଟି ଆୟ କରି ସାରିଛି । ଆଗକୁ ଏହା ଆହୁରି ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।
Comments are closed.