ମୁମ୍ବାଇ: ଅଭିନେତା ରଣବୀର ସିଂହ ନିଜର ଆଗାମୀ ଫିଲ୍ମ ଧୁରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାକି ଲଦାଖରେ ସୁଟିଂ କରାଯାଉଛି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି।
ତେବେ ଫିଲ୍ମ ସେଟରେ ଏପରି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଅଗଷ୍ଟ ୧୭ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ସେଟରେ ଏକାସଙ୍ଗେ ୧୨୦ ଜଣଙ୍କ ର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଯାହାଫଳରେ ସେମାନଙ୍କୁ ତୁରନ୍ତ SNM ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତୁରନ୍ତ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା।ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ୍ ସ୍ଥିର ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ସୁଟିଂ ସେଟରେ ପ୍ରାୟ ୬୦୦ ଲୋକ ଖାଦ୍ୟ ଖାଇଥିଲେ ଓ ପରୀକ୍ଷଣ ପାଇଁ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ଅଧିକାରୀମାନେ କହିଛନ୍ତି।
ତେବେ ଏହି ମାମଲା ‘ଫୁଡ୍ ପଇଜନିଂ’ର ବୋଲି ଜଣେ ଡକ୍ଟର କହିଛନ୍ତି। ଏମର୍ଜେନ୍ସୀ ୱାର୍ଡରେ ଭିଡ଼ ବଢୁଥିବାରୁ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଡାକିବାକୁ ପଡ଼ିଥିଲା ବୋଲି ହସ୍ପିଟାଲ ତରଫରୁ କୁହାଯାଉଛି।
Comments are closed.