Latest Odisha News

BREAKING NEWS

ମହିଳା ପୁରୋହିତ କଲେ ବଲିଉଡ୍ ଅଭିନେ‌ତ୍ରୀ ଦିଆ ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ସୁନ୍ଦରୀ ଦିଆ ମିର୍ଡା ଓ ତାଙ୍କ ପ୍ରେମିକ ବୈଭବ ରେଖୀ । ଏହା ଦିଆଙ୍କ ଦ୍ୱିତୀୟ ବିବାହ । ତେବେ ବିବାହ ବେଳେ ଜଣେ ମହିଳା ପୁରୋହିତ ସେମାନଙ୍କର ବିବାହ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ସୋମବାର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କେବଳ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ବିବାହ ବେଳେ ଉପସ୍ଥିତ ଥିବା ଏବେ ବିବାହର ଫଟୋ ଓ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏସବୁ ଫଟୋରୁ ମହିଳା ପୁରୋହିତଙ୍କ ବିହାହ କାର୍ଯ୍ୟ କରିବାକୁ ନେଇ ସମସ୍ତଙ୍କ ମୁହଁରେ ପ୍ରଶଂସା ଶୁଣିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଫଟୋକୁ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି ‘ମହିଳା ପୁରୋହିତ….ନାରୀବାଦର ଉଦାହରଣ’, ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ‘ମହିଳା ପୁରୋହିତ ପ୍ରଥମ ଥର ପାଇଁ ଦେଖିଲି’ । ଅନ୍ୟ ଏକ ଟ୍ୱିଟରେ ଜଣେ ପ୍ରଶଂସକ ଲେଖିଛନ୍ତି , ‘ଯଦି ମୁଁ ଭୁଲ ନୁହେଁ ତେବେ ଏ ଜଣେ ମହିଳା ପୁରୋହିତ ଯେ ମନ୍ତ୍ରପାଠ କରୁଛନ୍ତି । ‘

ଦିଆ ବାହାଘରର ବିଭିନ୍ନ ପ୍ରଥାର ଫଟୋ ତଥା ଜୟମାଳା ବଦଳର ବହୁ ଫଟୋ ସେୟାର କରିଛନ୍ତି ।

ଦିଆ ପୂର୍ବରୁ ସାହିଲ ସଘାଂଲଙ୍କୁ ବିବାହ କରିଥିଲେ । ୧୧ ବର୍ଷର ବୈବାହିତ ଜୀବନ ପରେ ଗତ ୨୦୧୯ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ସେହିପରି ବୈଭବ ସୁନୈନା ରେଖିଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.