Latest Odisha News

ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି, ୮ ଆକ୍ରାନ୍ତ

ଭଞ୍ଜନଗର: ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବାକି ୪ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ପିଇବା ପାଣିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଘରଘର ବୁଲି ନମୁନା ସଂଗ୍ରହ କରାଯାଉଛି।

ସୂଚନା ଅନୁସାରେ, ବଡ଼ପୋଦଣ୍ଡା ସମେତ ଆଖପାଖ ଅଞ୍ଚଳରେ ପରିଷ୍କାର ଓ ପରିଚ୍ଛନତାକୁ ଅଧିକ ଦୃଷ୍ଟି ଦିଆଯାଉଛି । କୂଅ, ପୋଖରୀ ଗୁଡ଼ିକୁ ବିଶୋଧନ କରିବାକୁ ଉଦ୍ୟମ କରାଯାଉଛି । ଏଥିସହ ଜରୁରୀକାଳୀନ ପଦକ୍ଷପ ଗ୍ରହଣ କରାଯାଇ ବର୍ତ୍ତମାନ ସ୍ୱଚ୍ଛ ପାଣି ପିଇବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି । ପାଣିକୁ ଫୁଟାଇ ଛାଣି ପିଇବା ସହ ଉଷୁମ ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିସହ ସ୍ଥାନିୟବାସିନ୍ଦାଙ୍କୁ ଓଆରଏସ, ହାଲୋଜିନ ସହ ପେଟ ରୋଗ ପାଇଁ ଆହୁରୀ ଅନେକ ଔଷଧ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.