Latest Odisha News

BREAKING NEWS

୨୦ କୋଟି ଟଙ୍କାର ଘଂଟା ପିନ୍ଧିଛନ୍ତି ହାର୍ଦ୍ଦିକ !

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିବା ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସେଶନରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଂଟା ବେଶ ଦୃଷ୍ଟି ଆକର୍ଷଣ କରିଛି । କେଶକୁ ନୂତନ ରୂପ ସହ ହାର୍ଦ୍ଦିକ ଏହି ଦାମୀ ଘଂଟା ପିନ୍ଧି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ ଏହି ଘଂଟାର ମୂଲ୍ୟ ୨୦ କୋଟି ଟଙ୍କା ହେବ । ଏହାର ନାମ ରିଚାର୍ଡ ମିଲ ଆରଏମ୨୭-୦୪ । ଫାଷ୍ଟକ୍ଲାସ ଟାଇମପୀସ ୱେବସାଇଟ ରିପୋର୍ଟ ଅନୁସାରେ ୨୨୫୦୦୦୦ ଆମେରିକୀୟ ଡଲାର ଯିଏ ବି ଚାହିଁବ ଏହି ଘଂଟା କିଣିପାରିବ ।

ବିଶ୍ୱରେ ମାତ୍ର ଏ ଭଳି ୫୦ଟି ଘଡି ରହିଛି । ଟେନିସର ମହାନ ଖେଳାଳି ରାଫେଲ ନାଡାଲଙ୍କ ପାଇଁ ଏହି ଘଡି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ଏହାର ଓଜନ ୩୦ ଗ୍ରାମ ଏବଂ ଏହା ୧୨୦୦୦ ଜି ଫୋର୍ସକୁ ସମ୍ଭାଳି ପାରିବ । ୦.୨୭ ମିଲିମିଟରର ଏକ ପତଳା ଷ୍ଟିଲ କେବୁଲ ଲାଗିଛି । ଯାହାକୁ ଗ୍ରେଡ ୫ ଟାଇଟେନିୟମ ବେଜଲରେ ୩୮ ଥର ବୁଣାଯାଇଛି । ଏହା ଉପରେ ୫ଏନ ଗୋଲ୍ଡ ପିଭିଡି କୋଟିଂ ରହିଛି ।

Comments are closed.