Latest Odisha News

ରାହୁଲ ଗାନ୍ଧୀଙ୍କ ସହ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା; ଜାଣନ୍ତୁ ଫଟୋ ପଛର ସତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁପ୍ତଚର ସନ୍ଦେହରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନେଇ ଅନେକ ୟୁଜର୍ସ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଇରାଲ ଫଟୋ ଫେକ୍ ବୋଲି କୁହାଯାଉଛି। କାରଣ ସତ ଫଟୋରେ ରାହୁଲ ଗାନ୍ଧୀଙ୍କ ସହିତ ଦେଖାଯାଉଥିବା ଝିଅଟି ହେଉଛି ରାୟବରେଲି ସଦର ବିଧାୟକ ଅଦିତି ସିଂହ।

ଗୁଗୁଲ୍ ଇମେଜ୍ ସର୍ଚ୍ଚରୁ ଜଣାପଡୁଛି ଯେ ଏହାର ମୂଳ ଫଟୋ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା। ସେତେବେଳେ ଜ୍ୟୋତି ମାଲହୋତ୍ରା ୟୁଟ୍ୟୁବରେ କାମ ମଧ୍ୟଆରମ୍ଭ କରିନଥିଲେ। ଫଟୋଟିର ରିଭର୍ସ ଇମେଜ୍ ସର୍ଚ୍ଚ କରାଯାଇଥିଲା ବେଳେ ଜଣାପଡିଥିଲା ଯେ ପୂର୍ବତନ କଂଗ୍ରେସ ନେତ୍ରୀ ଅଦିତି ସିଂହ ମଧ୍ୟ ସମାନ ରଙ୍ଗର ଶାଢ଼ି ପିନ୍ଧି ଏବଂ ସମାନ ପୋଜ୍ ରେ ଏକ ଫଟୋ କ୍ଲିକ୍ କରିଥିଲେ। ଫଟୋ ପଛରେ ଠିଆ ହୋଇଥିବା ବ୍ୟକ୍ତି ମଧ୍ୟ ସମାନ ଥିଲେ।

ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପ୍ରକୃତ ଫଟୋରେ ରାହୁଲ ଗାନ୍ଧୀଙ୍କ ସହିତ ଦେଖାଯାଉଥିବା ଝିଅଟି ଗୁପ୍ତଚର ଜ୍ୟୋତି ମାଲହୋତ୍ରା ନୁହଁନ୍ତି ବରଂ ବିଧାୟକ ଅଦିତି ସିଂହ। ଯିଏକି ଏବେ ବିଜେପି ନେତ୍ରୀ।

 

Comments are closed.