ହରିୟାଣା: ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସମସ୍ତେ ଜାଣନ୍ତି । ତଥାପି ହରିୟାଣାର ପ୍ରତ୍ୟେକ ଗାଁ, ଛକ, ଗଛମୂଳରେ ହୁକ୍କା ସାହାଯ୍ୟରେ ଲୋକେ ଧୂମପାନ କରୁଥିବା ଦେଖିବାକୁ ମିଳେ । ଏଠାରେ ହୁକ୍କା ଟାଣିବାରେ କିଛି ପ୍ରତିବନ୍ଧକ ନାହିଁ । ଯିଏ ଯେଉଁଠି ପାରିଲା ସେଠି ହୁକ୍କା ଟାଣିପାରିବ ।
ହୁକ୍କା ହରିୟାଣାରେ ଭାଇଚାରାର ପ୍ରତୀକ ଭାବରେ ବିବେଚନା କରାଯାଏ । ଏଠାରେ ଏମିତି କୌଣସି ଗ୍ରାମ ନାହିଁ ଯେଉଁଠାରେ ହୁକ୍କା ନାହିଁ । ଏଠାରେ ଚା ଉପରେ ଆଲୋଚନା ହୁଏ ନାହିଁ ବରଂ ହୁକ୍କା ଉପରେ ଆଲୋଚନା ହୋଇଥାଏ । ଆଜି ମଧ୍ୟ ରାଜ୍ୟର ପ୍ରତ୍ୟେକ ଗାଁ ଛକ କିମ୍ବା ଗଛ ତଳେ ଲୋକମାନେ ଧୂମପାନ କରୁଥିବା ଦେଖିବାକୁ ମିଳିବ ।
ନୁହର ପୁଣାନା ସବ୍-ଡିଭିଜନର ଲୁହିଙ୍ଗା କାଲାନ୍ ଗ୍ରାମରେ ଏକ ବିଶେଷ ପ୍ରକାରର ହୁକକା ଅଛି, ଯାହା ଅନ୍ୟ ହୁକ୍କାଠାରୁ ଭିନ୍ନ । ଏହାର ଓଜନ ୬୦ କିଲୋଗ୍ରାମ । କେବଳ ଏତିକି ନୁହେଁ, ଏହି ହୁକ୍କା ଏତେ ପ୍ରସିଦ୍ଧ ଯେ, ଦୂରଦୂରାନ୍ତରୁ ଲୋକମାନେ ଏହି ହୁକ୍କା ଦେଖିବା ଓ ଟାଣିବା ପାଇଁ ଆସିଥାନ୍ତି । ଗ୍ରାମବାସୀଙ୍କ କହିବା କଥା, ଆଗ କାଳରେ ଏଠାକାର ଲୋକେ ହୁକ୍କାକୁ ବହୁତ ଭଲ ପାଉଥିଲେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ହରିୟାଣାର ରେୱାରୀ ଜିଲ୍ଲାରୁ ଏହି ୬୦ କିଲୋଗ୍ରାମ ହୁକା କିଣାଯାଇଥିଲା । ସେତେବେଳେ ଏହାର ମୂଲ୍ୟ ୧୫ ହଜାର ଥିଲା । ହୁଙ୍କାର ଓଜନ ସହିତ ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଗୋଟିଏ ହୁକ୍କା ନୁହେଁ ବରଂ ସାତଟି ଚିଲମ୍ ଅଛି । ଏହି ସାତଟି ଚିଲୁମ୍ ବିଭିନ୍ନ ସ୍ଥାନରୁ ଅଣାଯାଇଛି । ଏହି ହୁକା କେବଳ ଗାଁର ଲୋକଙ୍କ ପାଇଁ ନୁହେଁ ବରଂ ଏହାର ଆଖପାଖ ଅଞ୍ଚଳ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ଅଟେ ।
Comments are closed.