Latest Odisha News

ଦିଗପହଣ୍ଡି ବସ୍ ଦୁ୍ର୍ଘଟଣା: ଗୋଟିଏ ପରିବାରର ୭ମୃତ, ଅଧିକାଂଶ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଘଟିଥିଲ ମର୍ମନ୍ତୁଦ ଦୁର୍ଘଟଣା । ରାତିର ଅନ୍ଧକାର ଭିତରେ ଲିଭିଗଲା ୧୨ ଜଣଙ୍କ ଜୀବନ ଦୀପ। ସକାଳୁ ସକାଳୁ ସାରା ଦିଗପହଣ୍ଡିରେ ଶୋକର ଛାୟ । କାନ୍ଦବୋବାଳିରେ  ଫାଟି ପଡୁଛି ଡାକ୍ତରଖାନା । ଲୁହରେ ଭିଜିଛି ଖଣ୍ଡଦେଉଳି ଗାଁ ।

BjdElectrycity

ମୃତକଙ୍କ ମଧ୍ୟରେ ଅଛନ୍ତି ୬ ପୁରୁଷ. ୪ ମହିଳା ଓ ୨ଜଣ ଛୋଟ ପିଲା । ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ରେଣୁବାଳାଙ୍କ ଦିଅର, ୨ ଝିଆରୀ ଓ ନାତି ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ ଥିବା ମଧ୍ୟ କୁହଯାଉଛି ।

ଦୁର୍ଘଟଣାରେ ୭ ଜଣ ଗୁରତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଏମକେଏସଜିରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଥାଉ କି, ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି ।  ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ ଯାଉଥିଲା । ଏହି ସମୟରେ ବିପରିତ ଦିଗ ଅର୍ଥାତ ଗୁଡ଼ାରୀ ରାୟଗଡ଼ ପଟରୁ ଓଏସଆରଟିସିର ଏକ ବସ୍ ଆସୁଥିଲା । ରାତି ପ୍ରାୟ ଗୋଟାଏ ବେଳେ ଖେମୁଣ୍ଡି କଲେଜ ସମ୍ମୁଖରେ ଉଭୟ ବସ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା ।

Leave A Reply

Your email address will not be published.