ବ୍ରହ୍ମପୁର : ଗିରଫ ହେଲେ OSRTC ବସ୍ ଡ଼୍ରାଇଭର ମାନସ ପ୍ରଧାନ । ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିବା ପରେ ଫେରାର ହୋଇ ଯାଇଥିଲେ ଡ଼୍ରାଇଭର ମାନସ ପ୍ରଧାନ । ତାଙ୍କୁ ଆଜି ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ପୋଲିସ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ପଚରାଉଚରା ଜାରି ରଖିଛି। ଜେରା ପରେ ମାନସଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।
ସୁଚନା ଅନୁସାରେ, ଗତ ରବିବାର ବିଳମ୍ବିତ ରାତିରେ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା OSRTC ବସ୍ ଏକ ଘରୋଇ ବସକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାମ୍ନାପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର MKCG ମେଡ଼ିକାଲ ଓ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଦୁର୍ଘଟଣା ଘଟାଇ OSRTC ବସ୍ ଡ଼୍ରାଇଭର ମାନସ ପ୍ରଧାନ ଫେରାର ହୋଇ ଯାଇଥିଲେ । ଗତକାଲି ସେ ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଏକ ଟିମ୍ ଭରତପୁର ଥାନାରେ ପହଞ୍ଚି ମାନସଙ୍କୁ ଦିଗପହଣ୍ଡି ଆଣିଥିଲା । ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
Comments are closed.