Latest Odisha News

BREAKING NEWS

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ ଫାଇନାନ୍ସ କମ୍ପାନୀର ବିଜ୍ଞାପନ ଉପରେ ପଡିଛି | ସେଠାରେ ଲୋନ ଆବେଦନ ଶୀଘ୍ର ଅନୁମୋଦିତ ହୋଇଥାଏ | ଆପଣ କେବଳ ଆପ୍ ଡାଉନଲୋଡ୍ କରିବେ, କିଛି କେଓ୍ବାଇସି ଔପଚାରିକତା ପୁରଣ କରିବେ | ଗୋଟିଏ କିମ୍ବା ଦୁଇଟି କଲ ଆସିବ | କିଛି ସୂଚନା ଆପଣଙ୍କଠାରୁ ନିଆଯିବ | ତା’ପରେ କିଛି ଘଣ୍ଟା ମଧ୍ୟରେ ଲୋନ ଫାଇନାଲ ହୋଇଯିବ ଏବଂ କିଛି ସମୟ ପରେ ଅର୍ଥ ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯିବ | ଏହା ହୋଉଛି ଅନଲାଇନ୍ ବ୍ୟକ୍ତିଗତ ଲୋନ୍ କମ୍ପାନୀଗୁଡିକର ଚମତ୍କାର ।

କିନ୍ତୁ ଜାଣି ରଖନ୍ତୁ, ଆପଣ କିଛି ଘଣ୍ଟା ମଧ୍ୟରେ ପାଇଥିବା ଅନଲାଇନ୍ ବ୍ୟକ୍ତିଗତ ଲୋନ, ଆପଣଙ୍କୁ ଭାରି ପଡିପାରେ | କାରଣ, ଶୀଘ୍ର ବ୍ୟକ୍ତିଗତ ଲୋନ୍ ମିଳିଥାଏ ସତ କିନ୍ତୁ ବ୍ୟାଙ୍କ ଶାଖା ଅପେକ୍ଷା ଆପଣଙ୍କ ଆକାଉଣ୍ଟରୁ ଅଧିକ ସୁଧ କଟାଯାଏ । ଏହି ପ୍ରକ୍ରିୟାରେ ଟିକେ ବି ଅସାବଧାନତା ଅବଲମ୍ବନ କରୁଛନ୍ତି ତେବେ ଆପଣ ଋଣ ଜାଲରେ ଫସି ପାରନ୍ତି ଓ ରିକଭରି ଏଜେଣ୍ଟ ଆପଣଙ୍କ ଘରକୁ ଆସି ଗାଳିଗୁଲଜ ଅଭଦ୍ର ବ୍ୟବହାର ମଧ୍ୟ କରିପାରନ୍ତି । ଆହୁରି ମଧ୍ୟ ହୋଇପାରେ ଆପଣ ଦୀର୍ଘ ଆଇନଗତ ପ୍ରକ୍ରିୟାରେ ଫସି ରହିପାରନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଯେତେବେଳେ ବ୍ୟାଙ୍କଗୁଡ଼ିକ ସ୍ୱଳ୍ପ ସୁଧରେ ବ୍ୟକ୍ତିଗତ ଲୋନ୍ ଦିଅନ୍ତି, ତେବେ ଲୋକମାନେ କାହିଁକି ଅନଲାଇନ୍ କମ୍ପାନୀର ଜାଲରେ ପଡ଼ନ୍ତି? ଏହାର ସବୁଠାରୁ ବଡ କାରଣ ହେଉଛି ବ୍ୟାଙ୍କଗୁଡିକ ଲୋନ୍ ଦେବା ପୂର୍ବରୁ କ୍ରେଡିଟ୍ ଇତିହାସ କିମ୍ବା ସିଭିଲ ସ୍କୋର ଯାଞ୍ଚ କରନ୍ତି | ଯଦି ଏହା ତ୍ରୁଟିପୂର୍ଣ୍ଣ ଥିବ ତେବେ ସେମାନେ ଲୋନ ଦେବାକୁ ମନା ବି କରିଦିଅନ୍ତି | ଏପରି ପରିସ୍ଥିତିରେ ଲୋକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

ତା’ପରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଅନେକ ପ୍ରକାରର ଡକ୍ୟୁମେଣ୍ଟ ମାଗନ୍ତି | ସବୁକିଛି ଠିକ୍ ହେଲେ ମଧ୍ୟ ବ୍ୟକ୍ତିଗତ ଲୋନ୍ ଦେବାକୁ ସପ୍ତାହ ଲାଗେ | ସେଥିପାଇଁ ଲୋକମାନେ ଅନଲାଇନ୍ ବ୍ୟକ୍ତିଗତ ଲୋନ୍ ର ସହଜ ମାର୍ଗ ଗ୍ରହଣ କରନ୍ତି | ଯଦି ବ୍ୟାଙ୍କଗୁଡିକ ସେମାନଙ୍କର ପ୍ରକ୍ରିୟାକୁ ଟିକିଏ ସହଜ ଏବଂ ତୀବ୍ର କରନ୍ତି, ତେବେ ପାରମ୍ପାରିକ ବ୍ୟକ୍ତିଗତ ଲୋନ୍ ଅନଲାଇନ୍ ବ୍ୟକ୍ତିଗତ ଲୋନ୍ ଅପେକ୍ଷା ଏକ ଉତ୍ତମ ବିକଳ୍ପ ଅଟେ ।

 

 

 

 

 

 

 

Comments are closed.