Latest Odisha News

BREAKING NEWS

ରାମମନ୍ଦିର ଭୂମି ପୂଜା ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ, କହିଲେ ଏମିତି କଥା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଦିନେ ପରେ ଭୂମି ପୂଜନ ପର୍ବ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିବେ । ତାପୂର୍ବରୁ ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ବେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ।

ଟ୍ୱିଟ୍ କରି ଦିଗବିଜୟ ସିଂ କହିଛନ୍ତି, ସନାତନ ହିନ୍ଦୁ ଧର୍ମର ମାନ୍ୟତାକୁ ଅଣଦେଖା କରିବାର ପରିଣାମ ଏବେ ସାମନାକୁ ଆସୁଛି । ଲେଖିଛନ୍ତି, ରାମମନ୍ଦିରରେ ସମସ୍ତ ପୂଜାରୀ କୋଭିଡ୍ ପଜିଟିଭ୍ ବାହାରିଲେ । ଉତ୍ତରପ୍ରଦେଶର ମନ୍ତ୍ରୀ କମଳା ରାଣୀ ବରୁଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ କରୋନା ସଂକ୍ରମିତ ହୋଇଛନ୍ତି ।

ସେହିପରି ଅନ୍ୟ ଟ୍ୱିଟରେ ଦିଗବିଜୟ ଲେଖିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମତି ଶାହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଜେପି ଶାସିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ କରୋନା ସଂକ୍ରମିତ ହୋଇଥିବା ବେଳେ କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ।

ଦିଗବିଜୟ କହିଛନ୍ତି, ଭୂମି ପୂଜନର ଅଶୁଭ ମୁହୂର୍ତ୍ତ ଯୋଗୁ ଏଭଳି ଘଟଣା ଘଟୁଛି । ଏଥିପାଇଁ ଅଗଷ୍ଟ ୫ ତାରିଖର ଅଶୁଭ ବେଳାକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଦିଗବିଜୟ ସିଂହ ।

Leave A Reply

Your email address will not be published.