Latest Odisha News

ରାମ ମନ୍ଦିରକୁ ନେଇ ପ୍ରଧାମନ୍ତ୍ରୀଙ୍କୁ ଦିଗବିଜୟ ସିଂହଙ୍କ ୪ଟି ପ୍ରଶ୍ନ

ନୂଆଦିଲ୍ଲୀ: ରଘୁନନ୍ଦନ ରାମଲାଲାଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା ପରେ ଥମିବାରେ ନାଁ ନେଉନି ରାଜନୀତି। ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତ ଛଡ଼ା କରୁନାହାନ୍ତି। ଏହି କ୍ରମରେ କଂଗ୍ରେସ ନେତା ଦିଗବିଜୟ ସିଂ ରାମଲାଲାଙ୍କ ସମର୍ପଣ ସମାରୋହକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲା ମନ୍ଦିରରେ ପ୍ରଣତି ଏକ ଧାର୍ମିକ ଘଟଣା ନା ରାଜନୈତିକ ଘଟଣା? ଏହି ସମାରୋହକୁ ନେ଼ଇ ଅନେକ ରାଜନୀତି ଚାଲିଛି।  ରାମ ମନ୍ଦିରର ଉଦଘାଟନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତାମାନେ ଏହି ସମାରୋହକୁ ବିଜେପି ଏବଂ ଆରଏସଏସର ଏକ କାର୍ଯ୍ୟକ୍ରମ ବୋଲି କହିଥିଲେ ଏବଂ ବର୍ତ୍ତମାନ କଂଗ୍ରେସ ନେତା ଦିଗବିଜୟ ସିଂ ପ୍ରଧାମନ୍ତ୍ରୀଙ୍କୁ ୪ଟି ପ୍ରଶ୍ନ କରିଛନ୍ତି।

ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି  ଏହା ଆମର ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଥିଲା କି ନାହିଁ?  ମୁଁ ମୋର ହିନ୍ଦୁ ଧର୍ମ ପ୍ରେମୀଙ୍କୁ ପଚାରିବାକୁ ଚାହେଁ, ସେମାନେ ନିର୍ମାଣାଧୀନ କୌଣସି ମନ୍ଦିରରେ ପବିତ୍ରତା ବିଷୟରେ ଦେଖିଛନ୍ତି କି ଶୁଣିଛନ୍ତି କି?  କର୍ତ୍ତା ତାଙ୍କ ପତ୍ନୀ ବିନା ବସିଥାଏ କି?  ବିଶ୍ୱ ହିନ୍ଦୁ ପରିଷଦ, ବିଜେପି ଏବଂ ନରେନ୍ଦ୍ର ମୋଦୀ ଜୀ ମୋର ପ୍ରଶ୍ନର ଉତ୍ତର ଦେବେ କି?

ସେ ଆହୁରି ଲେଖିଛନ୍ତି, “ମୁଁ ଜାଣେ ଯେ ଏହି ଲୋକମାନେ ମୋର ପ୍ରଶ୍ନର ଉତ୍ତର ଦେବେ ନାହିଁ କିନ୍ତୁ ମୋତେ ସେମାନଙ୍କ ଟ୍ରୋଲ ସେନାଙ୍କ ଦ୍ଵାରା ଦୁର୍ବ୍ୟବହାର କରିବେ କାରଣ ମିଥ୍ୟା ପ୍ରତିଶୃତି ଦେବା ଏବଂ ମିଥ୍ୟା କହିବା ସେମାନଙ୍କର ଧର୍ମ। ଜୟ ସିଆ ରାମ।”

ସେପଟେ ବିଜେପି ମଧ୍ଯ ଏହାର ଉତ୍ତର ରଖିଛି। ଯେତେବେଳେ ବରିଷ୍ଠ କଂଗ୍ରେସ ନେତାମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେମାନେ ସନାତନ ବିରୋଧୀ ଏବଂ ହିନ୍ଦୁ ବିରୋଧୀ।  ଏଥି ସହିତ କଂଗ୍ରେସ ଆପତ୍ତିଜନକ ରାଜନୀତି ପାଇଁ ଏହି ନିଷ୍ପତ୍ତି ନେଇଛି।

Comments are closed.